32.1 C
Bhubaneswar
Friday, April 26, 2024
Homeଓଡିଶାଆଗାମୀ ୩ମାସ ଗୁରୁତ୍ୱପୂର୍ଣ୍ଣ : ଶିଶୁ ସଂକ୍ରମଣ ପ୍ରତି ବିଶେଷ ଧ୍ୟାନ ଆବଶ୍ୟକ

ଆଗାମୀ ୩ମାସ ଗୁରୁତ୍ୱପୂର୍ଣ୍ଣ : ଶିଶୁ ସଂକ୍ରମଣ ପ୍ରତି ବିଶେଷ ଧ୍ୟାନ ଆବଶ୍ୟକ

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ତଥାପି ରାଜ୍ୟପାଇଁ ପାର୍ବଣ ଓ ଶୀତଋତୁ ଶିଶୁ ସଂକ୍ରମଣ ବିପଦ ଆଣିପାରେ । ଏହାକୁ ନଜରେ ରଖି ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନାକୁ ଦୃଷ୍ଟିରେ ରଖି ବିଏମ୍‌ସି ଶୀତଦିନିଆ କଟକଣା ଲାଗୁକରିଛି । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ପ୍ରଥମେ ଜୀବନ, ତା’ପରେ ପାର୍ବଣ । କୋଭିଡ୍ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଧିକୃତ କରାଯାଇଛି । ଯେଉଁଠି ସଂକ୍ରମଣ ବ୍ୟାପୀବାର ସମ୍ଭାବନା ରହିଛି, ସେଠାରେ ସତର୍କତା ମୂଳକ ପଦକ୍ଷେପ ନେବାକୁ କୁହାଯାଇଛି । ଯେଉଁଠି ଯାହା ପର୍ବ ହେଉଛି, ଯେଉଁଠି ଗହଳି ହେବାର ସମ୍ଭାବନା ଅଛି; ତାହାକୁ କେମିତି ନିୟନ୍ତ୍ରଣ କରାଯିବ, ସେଥିପାଇଁ ଅଧିକାରୀମାନଙ୍କୁ କ୍ଷମତା ଦିଆଯାଇଛି ।

ଦେଶରେ ସଂକ୍ରମଣ ବର୍ତ୍ତମାନ ସ୍ଥିର ଅବସ୍ଥାରେ ଅଛି । ଓଡ଼ିଶାରେ ମଧ୍ୟ ସ୍ଥିର ରହିଛି । ତଥାପି ଆସନ୍ତା ୩ ମାସ ଆମ ପାଇଁ ନିର୍ଣ୍ଣାୟକ ହେବ । ଯେଉଁ ସେରୋ ସର୍ଭେ ହୋଇଥିଲା, ସେଥିରେ ୭୦% ଲୋକଙ୍କ ଇମ୍ୟୁନିଟି ଥିବା ଜଣାପଡ଼ିଛି । ତେଣୁ ଯଦି ଟିକାକରଣ ଓ ଇମ୍ୟୁନିଟି ବଢ଼ିବ ତାହେଲେ ସଂକ୍ରମଣ ସମ୍ଭାବନା କମିଯିବ । ତେଣୁ ୩ ମାସ ଭିତରେ ଯେଉଁ ପାର୍ବଣ ଅଛି, ସେଥିରେ ସତର୍କ ରହିବାକୁ ପଡ଼ିବ । ପ୍ରଥମେ ଜୀବନ, ତା’ପରେ ମେଳା, ମହୋତ୍ସବ ଓ ଯାତ୍ରା । ପୂର୍ବଭଳି ସ୍ଥିତି ଯେପରି ନଉପୁଜୁ ସେଥିପାଇଁ ଏଭଳି କଟକଣା ଲଗାଯାଇଛି । ତେଣୁ କୋଭିଡ୍ ସ୍ଥିତି ଚାଲିଗଲେ ମେଳା, ମହୋତ୍ସବ ହୋଇପାରିବ ବୋଲି କହିଛନ୍ତି ଶ୍ରୀ ମିଶ୍ର । ସେପଟେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଶୀତଋତୁରେ ଶିଶୁଙ୍କ ସୁରକ୍ଷା ନିତାନ୍ତ ଆବଶ୍ୟକ । ଶିଶୁ ରହୁଥିବା ଘର ଉଷୁମ ରଖିବା ଆବଶ୍ୟକ । ଶୀତଦିନେ ସାଧରଣତଃ ଶିଶୁମାନେ ଭୂତାଣୁଜନିତ ରୋଗରେ ଅଧିକ ଆକ୍ରାନ୍ତ ହୁଅନ୍ତି ।

ବିଶେଷ କରି ଥଣ୍ଡାରେ ଅଧିକ ଶିଶୁ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଏହି ସମୟରେ ଶିଶୁମାନେ ଯେଭଳି ବାହାରେ ଅଧିକ ବୁଲାବୁଲି କରିବେ ନାହିଁ ତା’ଉପରେ ଧ୍ୟାନଦେବା ଆବଶ୍ୟକ । ପରିବାର ସଦସ୍ୟମାନେ ମଧ୍ୟ ଥଣ୍ଡାରେ ଅଧିକ ବୁଲାବୁଲି ନକରିବା ଆବଶ୍ୟକ । ଯେଉଁ ସମୟରେ ଶିଶୁମାନେ ଘରେ ରହିବେ, ସେହି ସମୟରେ ଘର ଯେଭଳି ଉଷୁମ ରହିବ ସେନେଇ ଧ୍ୟାନ ଦେବା ଆବଶ୍ୟକ । ଘରର ପରିବାର ସଦସ୍ୟମାନେ ବାହାରେ ବୁଲାବୁଲି କରିବା ବେଳେ ନିଜକୁ ସୁରକ୍ଷିତ ରଖିବା ଆବଶ୍ୟକ । ଯେଉଁମାନେ ବାହାରକୁ ଯାଉଛନ୍ତି ସେମାନେ ମାସ୍କ ପିନ୍ଧିବା ଆବଶ୍ୟକ । ସାଧରଣତଃ ଜ୍ୱର, କାଶ, ଛିଙ୍କ ଭଳି ଭୂତାଣୁ ଜନିତ ରୋଗ ପ୍ରତି ଧ୍ୟାନଦେବା ଜରୁରୀ । ସେ ପୁଣି କହିଛନ୍ତି ଯେ ଘରର ଅନ୍ୟ ସଦସ୍ୟମାନେ କୋଭିଡ୍ ଟିକା ନେବା ସହ କୋଭିଡ୍ ଗାଇଡ୍‌ଲାଇନ୍ ପାଳନ କଲେ ଶିଶୁମାନେ ନିରାପଦ ରହିବେ । ଶୀତଋତୁରେ ଶିଶୁଙ୍କୁ କୋଭିଡ ସଂକ୍ରମଣଠାରୁ ଦୁରରେ ରଖିବାକୁ ଏସବୁ ଦିଗରେ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ । ଫଳରେ କରୋନା ସଂକ୍ରମଣରୁ ଶିଶୁଙ୍କୁ ସୁରକ୍ଷା ଦିଆଯାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking