37.1 C
Bhubaneswar
Sunday, May 5, 2024
Homeମନୋରଞ୍ଜନପୂର୍ବ ସ୍ୱାମୀଙ୍କ ପୋଲ୍ ଖୋଲିଲେ ‘ଲକଅପ୍’ ପ୍ରତିଯୋଗୀ

ପୂର୍ବ ସ୍ୱାମୀଙ୍କ ପୋଲ୍ ଖୋଲିଲେ ‘ଲକଅପ୍’ ପ୍ରତିଯୋଗୀ

ମୁମ୍ବାଇ: କଙ୍ଗନା ରଣାୱତଙ୍କ ଶୋ ‘ଲକଅପ୍’ ଖୁବ୍ ଚର୍ଚ୍ଚାରେ ରହିଛି । ଦିନକୁ ଦିନ ଏହି ଶୋ ଅଧିକ ଲୋକପ୍ରିୟ ହେବାରେ ଲାଗିଛି । ଶୋର ଭିନ୍ନ କନସେପ୍ଟ ଦର୍ଶକଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛି । ଏକତା କପୁର ଏହି ଶୋ କୁ ନେଇ ଦାବି କରିଥିଲେ ଯେ ଏହି ଶୋ ଦର୍ଶକଙ୍କୁ କନ୍ଟୋଭର୍ସୀର ଖୁରାକ ଯୋଗାଇବ ଯାହା ଏବେ ପ୍ରକୃତରେ ସତ ମଧ୍ୟ ହେଉଛି । ସାରା ଖାନ୍, ନିଶା ଅଗ୍ରୱାଲଙ୍କ ପରେ ଏବେ ୱାଇଲ୍ଡ କାର୍ଡ ଏଣ୍ଟ୍ରୀ କରିଥିବା ମନ୍ଦନା କରୀମୀ ନିଜ ପୂର୍ବ ସ୍ୱାମୀ ତଥା ବିଜନେସମ୍ୟାନ ଗୌରବ ଗୁପ୍ତାଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ।

ଶୋ’ ର ପ୍ରତିଯୋଗୀ ଅଜମା ଫଲ୍ଲାହଙ୍କ ସହ କଥାବାର୍ତ୍ତା ସମୟରେ ମନ୍ଦନା କହିଛନ୍ତି ଯେ ସେ ଯେଉଁମାନଙ୍କୁ ଜାଣିଥିଲେ ତାଙ୍କ ପୂର୍ବ ସ୍ୱାମୀ ସେ ସମସ୍ତଙ୍କ ସହ ଶୋଇଥିଲେ । ମନ୍ଦନା କହିଥିଲେ ସେ ୨୭ ବର୍ଷ ବୟସରେ ବିବାହ କରିଥିଲେ, ଆମେ ପରସ୍ପରକୁ ଅଢ଼େଇ ବର୍ଷ ଧରି ଡେଟ୍ କରୁଥିଲୁ ଏହାପରେ ଆମର ନିର୍ବନ୍ଧ ହୋଇଥିଲା ଏବଂ ଆମେ ବିବାହ କରିଥିଲୁ । ମନ୍ଦନା ଆଗକୁ କହିଥିଲେ ଯେ ବିବାହ ବେଶୀ ଦିନ ଯାଏଁ ତିଷ୍ଠି ନଥିଲା କିଛି ସମୟ ପରେ ଆମେ ଅଲଗା ହୋଇଯାଇଥିଲୁ । ସେ କହିଥିଲେ ଆମର ଡିଭୋର୍ସ ୨୦୨୧ରେ ହୋଇଥିଲା କିନ୍ତୁ ଏହି ଚାରିବର୍ଷ ମଧ୍ୟରେ ଗୌରବ ଗୁପ୍ତା ସେହି ମହିଳାଙ୍କ ସହ ଶୋଇଥିଲେ ଯେଉଁମାନଙ୍କୁ ମୁଁ ଜାଣିଥିଲି ।

ଅଜମା ମନ୍ଦନାଙ୍କୁ ପଚାରିଥିଲେ ଯେ ତୁମେ ପୂର୍ବରୁ କାହିିଁକି ଡିଭୋର୍ସ ନେଲନାହିଁ । ଏହାର ଉତ୍ତରରେ ମନ୍ଦନା କହିଥିଲେ ଯେ ଏହା ତାଙ୍କର ଗୁପ୍ତ କଥା ଥିଲା ଏହା ବିଷୟରେ ଯେପରି କେହି ଜାଣିବେ ନାହିଁ । ସେ ଆହୁରି କହିଥିଲେ ଏକଥା ଯେମିତି କେହି ନଜାଣିବେ ସେଥିପାଇଁ ପୂର୍ବ ସ୍ୱାମୀଙ୍କ ମା ମତେ ଫୁଲ ଆଉ ଉପହାର ପଠାଉଥିଲେ, ମୋ ସହ କଫି, ସପିଂ, ପାର୍ଟୀ ଏବଂ ସ୍ପା ପାଇଁ ଯାଉଥିଲେ । ସେ ଏକଥାର ଧ୍ୟାନ ରଖୁଥିଲେ ଯେ ଯେପରି ମୁଁ କାହା ସହ ନମିଶେ । ଯଦି ମୁଁ ଏକା ବାହାରକୁ ଯାଉଥିଲି ତ ସେ ମତେ ବାରମ୍ବାର ଫୋନ କରି ଖବର ନେଉଥିଲେ ଯେମିତି ମୁଁ କାହା ସହ ନମିଶେ ଆଉ ଏକଥା କାହାକୁ ନକୁହେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking