29.1 C
Bhubaneswar
Friday, April 26, 2024
Homeଅନ୍ୟାନ୍ୟ ପରୀକ୍ଷାଦୁଇ ବର୍ଷ ପରେ ଅଫଲାଇନ୍ ପରୀକ୍ଷା କରିବ ଏନ୍‌ଆଇଟି- କର୍ଣ୍ଣାଟକ

ଦୁଇ ବର୍ଷ ପରେ ଅଫଲାଇନ୍ ପରୀକ୍ଷା କରିବ ଏନ୍‌ଆଇଟି- କର୍ଣ୍ଣାଟକ

ମାଙ୍ଗାଲୁରୁ: ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି କର୍ଣ୍ଣାଟକ (ଏନ୍‌ଆଇଟିକେ) ଦୁଇ ବର୍ଷର ବ୍ୟବଧାନ ପରେ ଅଫଲାଇନ୍ ଶେଷ ସେମିଷ୍ଟାର ପରୀକ୍ଷା ଆରମ୍ଭ କରିଛି । ଏମ୍‌ଟେକ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଅଫଲାଇନ୍ ପରୀକ୍ଷା ଆରମ୍ଭ ହୋଇଛି । ଇଣ୍ଟିଗ୍ରେଟେଡ୍ ରିସୋର୍ସ ଆଣ୍ଡ ଇନଫରମେସନ୍ ସେୟାରିଂ (ଆଇଆରଇଏସ୍) ମାଧ୍ୟମରେ ଏକ ଇନ୍-ହାଉସ୍ ପ୍ଲାଟଫର୍ମ ମାଧ୍ୟମରେ ଏହି ଅନୁଷ୍ଠାନ ୨୦୨୦ ରେ ଅଫଲାଇନ୍ ରୁ ଅନଲାଇନ୍ ପରୀକ୍ଷାରେ ପରିବର୍ତ୍ତନ ହୋଇପାରିଥିଲା ଏବଂ ଆଜି ପର‌୍ୟ୍ୟନ୍ତ ମଧ୍ୟ ଜାରି ରହିଛି । ଅନୁଷ୍ଠାନର ଡିନ୍ ବିଦ୍ୟା ଶେଟ୍ଟୀ କହିଛନ୍ତି ଯେ ଏମ୍‌ଟେକ୍ ପରେ ବିଟେକ୍ ଶେଷ ବର୍ଷ ଏବଂ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଏପ୍ରିଲରୁ ଆରମ୍ଭ ହେବ ଏବଂ ପରେ ଦ୍ୱିତୀୟ ବର୍ଷର ଛାତ୍ରମାନଙ୍କ ପାଇଁ ପରୀକ୍ଷା ହେବ ।
ଏହାସହ ସେ କହିଛନ୍ତି ଯେ, କରୋନା ମହାମାରୀରେ କେବଳ ଅନ୍‌ଲାଇନ୍ ଅନ୍‌ଲାଇନ୍‌ରେ ଦୁଇବର୍ଷ ବିତିଗଲା ଏହି ସମୟରେ ଆଇଆର୍‌ଆଏସ୍ ବିନା ଦ୍ୱିଧାରେ ସହଯୋଗ କରିଥିଲା । ଏବେ ସ୍ଥିତି ସ୍ୱାଭାବିକ ହେବାରୁ ଏନ୍‌ଆଇଟି ପ୍ରବେଶିକାରେ ଉପରୋକ୍ତ ପାଠ୍ୟକ୍ରମ ଗୁଡ଼ିକର ପରୀକ୍ଷା ଅଫ୍‌ଲାଇନ୍ କରାଯିବ । ମହାମାରୀ କାରଣରୁ ଏକାଡେମିକ୍ କ୍ୟାଲେଣ୍ଡର ଏବଂ ପରୀକ୍ଷା ପ୍ରଭାବିତ ହୋଇଥିଲା । ଗତ ଦୁଇ ବର୍ଷ ଧରି ସେମାନଙ୍କ ଆଡମିଶନ ବିଳମ୍ବ ହୋଇଥିବାରୁ କେବଳ ପ୍ରଥମ ବର୍ଷ ଏବଂ ଦ୍ୱିତୀୟ ବର୍ଷ ବିଟେକ୍ ଶ୍ରେଣୀଗୁଡ଼ିକ ଏକାଡେମିକ୍ କ୍ୟାଲେଣ୍ଡର ଅନୁସରଣ କରିବାରେ ସକ୍ଷମ ହୋଇ ନାହାଁନ୍ତି। ତୁରନ୍ତ ଏହାକୁ ମୁଖ୍ୟସ୍ରୋତରେ ସାମିଲ କରାଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking