38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଭାଇକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଭଉଣୀର ଜୀବନ

ଭାଇକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଭଉଣୀର ଜୀବନ

ହାଇଦ୍ରାବାଦ: ପ୍ରତିଦିନ ପରି ୨ଦିନ ପୂର୍ବ ମଧ୍ୟ କ୍ଷୀର ଆଣିବାକୁ ଭାଇଭଉଣୀ ଦୋକାନକୁ ଯାଇଥିଲେ । ହେଲେ ହଠାତ ମାଡି ଆସିଲା ବର୍ଷା । ରାସ୍ତା ଘାଟ ପୁରା ଜାମ ହୋଇଗଲା । ତେବେ ଭଇଭଉଣୀ ଦୁହେଁ ଘରକୁ ଫେରୁଥିବା ବେଳେ ରାସ୍ତାଘାଟ ଆଉ ଦେଖାଯାଇନଥିଲା । ଫଳରେ ଡ୍ରେନରେ ପଡିଯାଇଥିଲା ଭାଇ । ଭାଇକୁ ବିପଦ ମୁହଁରୁ ବଞ୍ଚାଇବା ପାଇଁ ଭଉଣୀଜଣକ ପ୍ରୟାସ କରିଥିଲା। ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ଭାଇ ଉଦ୍ଧାର ହୋଇଯାଇଥିଲେ ଭଉଣୀ ଆଉ ବାହାରକୁ ବାହାରି ପାରିନଥିଲା। ଫଳରେ ଭାଇକୁ ବଞ୍ଚାଇବାକୁ ଯାଇ ଗଲା ଭଉଣୀର ଜୀବନ । ଏଭଳି ଦୁଃଖଦାୟକ ଘଟଣା ହାଇଦ୍ରାବାଦ ସିକନ୍ଦରାବାଦର କଲାସବସ୍ତିରୁ ସାମ୍ନାକୁ ଆସିଛି । ମୃତକ ହେଲେ ୧୧ବର୍ଷୀୟ ନାବାଳିକା ମୌନିକା ।

ସୂଚନା ଅନୁଯାୟୀ, ଶ୍ରୀନିବାସ ଏବଂ ରେଣୁକାଙ୍କ ଝିଅ ମୌନିକା ତାଙ୍କ ସାନଭାଇ କାର୍ତ୍ତିକଙ୍କ ସହ କ୍ଷୀର ପ୍ୟାକେଟ୍ କିଣିବାକୁ ଯାଇଥିଲେ । ବର୍ଷା ହେବାରୁ ରାସ୍ତାରେ ପାଣି ଜାମ ହୋଇଥିଲା । ଡ୍ରେନ ଉପରେ କଣା ହୋଇଯାଇଥିବାରୁ ଡ୍ରେନରେ ଖସି ପଡିଥିଲା କାର୍ତ୍ତିକ । କଥାରେ ଅଛି ଭାଇ ଭଉଣୀର ସମ୍ପର୍କ ଅଲଗା । କାର୍ତ୍ତିକକୁ ବାହାର ଆଣିବାରେ ମୌନିକା ସଫଳ ହୋଇଥିଲା । ହେଲେ ସେ ନିଜେ ଫସିଯାଇଥିଲା । ଏହାପରେ କାର୍ତ୍ତିକ ଯାଇ ଘରେ କହିବା ପରେ ମାଆବାପା ଆସି ଖୋଜାଖୋଜି କରିଥିଲେ । ହେଲେ କୌଣସି ସନ୍ଧାନ ପାଇନଥିଲେ । ଫଳରେ ଖବର ଦେବା ପରେ ଡିଆରଅଫ ଟିମ ଖୋଜାଖୋଜି କରିଥିଲେ । ପଡିଯାଇଥିବା ଡ୍ରେନର ୫୦୦ ମିଟର ଦୂରରେ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ମାମଲା ରୁଜୁ କରି ତଦନ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking