33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଗୁଳି ଫୁଟାଇବାକୁ ବାରଣ କରିବାକୁ ପରିବାରର ୫ ଜଣଙ୍କୁ ଗୁଳି କଲା ପଡୋଶୀ

ଗୁଳି ଫୁଟାଇବାକୁ ବାରଣ କରିବାକୁ ପରିବାରର ୫ ଜଣଙ୍କୁ ଗୁଳି କଲା ପଡୋଶୀ

ୱାଶିଂଟନ: ଆମେରିକାରେ ପୁଣି ଗର୍ଜିଲା ଗୁଳି । ଆମେରିକାର ଟେକ୍ସାସରେ ପୁଣିଥରେ ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ୮ ବର୍ଷୀୟ ଶିଶୁ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ଗୋଟିଏ ପରିବାରର ସଦସ୍ୟ । ପଡୋଶୀରେ ରହୁଥିବା ଜଣେ ୩୮ ବର୍ଷୀୟ ବ୍ୟକ୍ତି ସେମାନଙ୍କୁ ଗୁଳିମାଡ କରି ହତ୍ୟା କରିଛି । ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ସାଢେ ୧୧ଟା ସମୟରେ ଟେକ୍ସାସର କ୍ଲିଭଲାଣ୍ଡ ଅଞ୍ଚଳରେ ଏହି ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗୁଳିମାଡ କରିଥିବା ୩୮ ବର୍ଷୀୟ ଓରୋପେଜା ମୃତକମାନଙ୍କ ପଡୋଶୀ ଅଟେ । ସେ ନିଜ ଘର ଅଗଣାରେ ଗୁଳି ଫୁଟାଉଥିଲା । ଗୁଳି ଶବ୍ଦରେ ଅତିଷ୍ଠ ହୋଇ ପାଖରେ ରହୁଥିବା ଗୋଟିଏ ପରିବାର ସେହି ବ୍ୟକ୍ତିଙ୍କୁ ଆସି ଅଭିଯୋଗ କରିଥିଲେ ।

ଘରେ ଥିବା ଛୋଟ ଶିଶୁ ଗୁଳି ଶବ୍ଦରେ ଶୋଇପାରୁ ନଥିବାରୁ ଫାୟାରିଂ ବନ୍ଦ କରିବାକୁ ସେ ଓରୋପେଜାକୁ କହିଥିଲେ । କିନ୍ତୁ ଅଭିଯୁକ୍ତ ଏଥିରେ ରାଗିଯାଇ ବିଳମ୍ବିତ ରାତିରେ ପଡୋଶୀଙ୍କ ଘର ଭିତରେ ପଶି ଆଖିବୁଜା ଗୁଳି ଚାଳନା କରିଥିଲା । ଗୁଳିମାଡରେ ଜଣେ ଶିଶୁଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି । ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ନିଜ ରାଇଫଲ ବ୍ୟବହାର କରି ଏହି ଗୁଳିମାଡ କରିଥିବା ଜଣାପଡିଛି । ମୃତ ପରିବାରର ଡୋରବେଲ୍ କ୍ୟାମେରାରେ ଅଭିଯୁକ୍ତ ହାତରେ ରାଇଫଲ ଧରି ଘରେ ଭିତରେ ପ୍ରବେଶ କରୁଥିବା ସମୟର ଦୃଶ୍ୟ କଏଦ ହୋଇଛି । ଏହି ଘଟଣା ପରେ ସେ ଫେରାର୍ ହୋଇଯାଇଛି । ପୋଲିସ ତାକୁ ଧରିବାକୁ ଖୋଜାଖୋଜି ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking