31.1 C
Bhubaneswar
Friday, March 29, 2024
Homeଅପରାଧପରିବାରକୁ ଛାରଖାର କଲା ନିଶା, ସ୍ତ୍ରୀକୁ ହତ୍ୟା କରି ୨ଖଣ୍ଡ କଲା ସ୍ବାମୀ

ପରିବାରକୁ ଛାରଖାର କଲା ନିଶା, ସ୍ତ୍ରୀକୁ ହତ୍ୟା କରି ୨ଖଣ୍ଡ କଲା ସ୍ବାମୀ

ଅଗରତାଲା: ୮ମାସ ତଳେ ନାବାଳିକାକୁ ବିବାହ କରିଥିଲେ ଯୁବକ । ଅଗ୍ନିକୁ ସାଖି ରଖି ସାତ ଜନ୍ମର ସାଥି ହେବା ପାଇଁ କଥା ଦେଇଥିଲେ । ହେଲେ ସାତଜନ୍ମ ପାଇଁ ଦେଇଥିବା କଥା ଗୋଟିଏ ବର୍ଷ ମଧ୍ୟ ତିଷ୍ଠିଲା ନାହିଁ । ପରିବାରକୁ ଛାରଖାର କରିଦେଲା ନିଶା । ବିବାହ ପରଠାରୁ ନିଶା ସେବନ କରି ନାବାଳିକା ସ୍ତ୍ରୀକୁ ନିର୍ଯାତନା ଦେଉଥିଲା ସ୍ବାମୀ । ହେଲେ ମଙ୍ଗଳବାର ସୀମା ଟପିଥିଲା ନିଶାସକ୍ତ ସଇତାନ ସ୍ବାମୀ । ରକ୍ଷା କବଚରୁ ରାକ୍ଷାସ ପାଲଟି ଯାଇଥିଲା । ସ୍ତ୍ରୀକୁ ହତ୍ୟା କରି ୨ଖଣ୍ଡ କରି ଜଙ୍ଗଲରେ ଲୁଚାଇଥିଲା ପିଶାଚ । ଗତକାଲି ଅଭିଯୁକ୍ତ ଯୁବକକୁ ଗିରଫ କରିବା ସହ ନାବାଳିକାର ୨ଖଣ୍ଡ ଶରୀରକୁ ଉଦ୍ଧାର କରିଛି ପୋଲିସ ।

ଉକ୍ତ ମୃତ ମହିଳା ହେଲେ ତନୁଜା ବେଗମ । ତନୁଜାଙ୍କ ଭାଇଙ୍କ କହିବା ଅନୁସାରେ, ୧୫ବର୍ଷୀୟ ତନୁଜା ବେଗମ ୮ମାସ ପୂର୍ବେ କାଏଲ ମିଆକୁ ବିବାହ କରିଥିଲେ । କିନ୍ତୁ ବୈବାହିକ ଜୀବନରେ ଖୁସି ନଥିଲା । ତନୁଜା ନିଖୋଜ ରହିଛି ବୋଲି ଶୁକ୍ରବାର ମାଆ ଜାଣିବାକୁ ପାଇଥିଲେ । ଏହାପରେ ସେ ତନୁଜା ରହୁଥିବା ମୁସଲିମପରା ଅଞ୍ଚଳରୁ ଆସିଥିଲେ । କିନ୍ତୁ ସେଠାରେ ଝିଅକୁ ପାଇନଥିଲେ । ଘରେ ରକ୍ତ ଦାଗ ଦେଖିବାକୁ ପାଇଥିଲେ। ରକ୍ତ ଦେଖି ଧର୍ଯ୍ୟହରା ହୋଇ କାନ୍ଦିଥିଲେ ।

ଏହାପରେ ଝିଅକୁ ଖୋଜିବା ପାଇଁ ସ୍ଥାନୀୟ ପୋଲିସର ଦ୍ବାରସ୍ଥ ହୋଇଥିଲେ । ଅଭିଯୋଗ କ୍ରମେ ଏସଡିପିଓ ଆଶିଷ ଦାସଗୁପ୍ତା କାଏମ ମିଆକୁ ଖୋଜିବା ପାଇଁ ଏକ ଟିମ ଗଠନ କରିଥିଲେ । କିଛି ଘଣ୍ଟା ପରେ ଜଙ୍ଗଲରୁ ତାଙ୍କୁ ଠାବ କରାଯାଇଥିଲା । ଏନେଇ ପୋଲିସ ସୁପରିଟେଣ୍ଡେଣ୍ଟ ରମେଶ ୟାଦବ କହିଛନ୍ତି, “ତନୁଜାଙ୍କୁ ମିଆ ମଙ୍ଗଳବାର ରାତିରେ ହିଁ ଦୁଇଖଣ୍ଡ କରିଦେଇଥିଲା । ଏହାପରେ ଦୁଇ ଖଣ୍ଡ କରି ବେଗରେ ଭର୍ତ୍ତି କରିଥିଲା । ଗୋଟିଏ ବ୍ୟାଗରେ ମୁଣ୍ଡ ଏବଂ ଅନ୍ୟ ଏକ ବ୍ୟାଗରେ ଗଣ୍ଡିକୁ ଭର୍ତ୍ତି କରି ଜଙ୍ଗଲକୁ ନେଇଥିଲା । ପୋଲିସ ଜଙ୍ଗଲରୁ ୨ଟି ବ୍ୟାଗ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking