32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶ୭ ସପ୍ତାହରେ ସର୍ବାଧିକ ସ୍ତରରେ ଅଶୋଧିତ ତୈଳଦର

୭ ସପ୍ତାହରେ ସର୍ବାଧିକ ସ୍ତରରେ ଅଶୋଧିତ ତୈଳଦର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ପୁଣି ଥରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ୟୁରୋପୀୟ ୟୁନିୟନ ଦ୍ୱାରା ରୁଷ୍‌ରୁ ଅଶୋଧିତ ତୈଳ ଆମଦାନୀ ଉପରେ ବ୍ୟାନ ଲଗାଇବା ଦାବି ପରେ ତୈଳର ମୂଲ୍ୟ ଗତ ୭ ସପ୍ତାହର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ବ୍ରେଣ୍ଟ କ୍ରୁଡ ଅଏଲର ମୂଲ୍ୟ ୧୧୫ ଡଲାର ପ୍ରତି ବ୍ୟାରେଲ ପାର କରିଛି, ଯାହା ମାର୍ଚ୍ଚ ୨୮ ପରେ ସର୍ବାଧିକ । ଏହା ପୂର୍ବରୁ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ୨୦୦୮ ପରେ ପ୍ରଥମ ଥର ପାଇଁ ୧୩୯ ଡଲାର ପ୍ରତି ବ୍ୟାରେଲର ଉଚ୍ଚତମ ସ୍ତରରେ ପହଞ୍ଚିଥିଲା ।

ରୁଷ୍‌ରୁ ଅଶୋଧିତ ତୈଳ ଆମଦାନୀ ଉପରେ ବ୍ୟାନ ଲଗାଇବା ଦାବି ପରେ ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି । ଅନ୍ୟପଟେ ଚୀନରେ କରୋନା ଯୋଗୁଁ ଲାଗୁ ହୋଇଥିବା ଲକଡାଉନ କୋହଳ ହେବା ଖବର ପରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଉଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଲକଡାଉନ କୋହଳ ହେବାରେ ଅଶୋଧିତ ତୈଳର ଚାହିଦା ବୃଦ୍ଧି ପାଇବ ଏବଂ ଅନ୍ୟ ଯୋଗାଣ ଅଭାବ ଯୋଗୁଁ ମୂଲ୍ୟ ବୃଦ୍ଧି ଦେଖିବାକୁ ମିଳିପାରେ । ମାର୍ଚ୍ଚ ୨୨ରୁ ଏପ୍ରିଲ ୬ ମଧ୍ୟରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୧୦ ଟଙ୍କା ବୃଦ୍ଧି ହୋଇସାରିଛି । ଏବେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ହେଲେ ଏହାର ପ୍ରଭାବ ଭାରତର ଖାଉଟିଙ୍କ ଉପରେ ମଧ୍ୟ ପଡିବ । ଗୋଟିଏ ପଟେ ମୁଦ୍ରାସ୍ଫୀତି ସାଧାରଣ ଲୋକଙ୍କୁ ନାକରେ କନ୍ଦାଉଥିବା ବେଳେ ଅଶୋଧିତ ତୈଳର ବର୍ଦ୍ଧିତ ଦର ଲୋକଙ୍କୁ ଆହୁରି ସମସ୍ୟାରେ ପକାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking