26.1 C
Bhubaneswar
Friday, March 29, 2024
Homeବିଜିନେସ୍ଏପ୍ରିଲ୍‌ରେ ହୋଲସେଲ୍ ମୁଦ୍ରାସ୍ଫୀତି ୧୫.୦୮

ଏପ୍ରିଲ୍‌ରେ ହୋଲସେଲ୍ ମୁଦ୍ରାସ୍ଫୀତି ୧୫.୦୮

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଛି ହୋଲସେଲ୍ ମୁଦ୍ରାସ୍ଫୀତି ତଥ୍ୟ । ତଥ୍ୟ ଅନୁସାରେ ଏପ୍ରିଲରେ ପାଇକାରୀ(ହୋଲସେଲ୍‌) ମୁଦ୍ରାସ୍ଫୀତି ୧୫.୦୮ ପ୍ରତିଶତକୁ ପହଞ୍ଚି ଯାଇଛି । ଏହା ସହିତ ୧୭ ବର୍ଷର ରେକର୍ଡକୁ ଏହା ଭାଙ୍ଗିଦେଇଛି । ମାର୍ଚ୍ଚ ମାସରେ ହୋଲସେଲ ପ୍ରାଇସ୍ ଇଣ୍ଡେକ୍ସ (ଡବ୍ଲ୍ୟୁପିଆଇ) ୧୪.୫୫ ପ୍ରତିଶତ ଥିଲା । ଯାହା ଫେବୃଆରୀରେ ୧୩.୪୩ ପ୍ରତିଶତ ସଂଶୋଧିତ ହୋଇ ୧୩.୧୧ ପ୍ରତିଶତ ଥିଲା । ଏପ୍ରିଲ ୨୦୨୧ରେ ଏହି ହାର ୧୦.୭୪ ପ୍ରତିଶତ ଥିବା ଦେଖା ଯାଇଛି । ସରକାରଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଏପ୍ରିଲ ୨୦୨୨ରେ ମୁଦ୍ରାସ୍ଫୀତିର ଉଚ୍ଚ ହାର ମୁଖ୍ୟତଃ ଖଣିଜ ତୈଳ, ଧାତବ ପଦାର୍ଥ, ଅଶୋଧିତ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌, ଖାଦ୍ୟ ଓ ରାସାୟନିକ ପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ହୋଇଛି ।

ଖାଦ୍ୟ ପଦାର୍ଥ, ଇନ୍ଧନ ଓ ବିଦ୍ୟୁତ ଦର ବୃଦ୍ଧି ଯୋଗୁ ପାଇକାରୀ ମୁଦ୍ରାସ୍ଫୀତି ଲଗାତାର ୧୩ ମାସ ହେଲା ଦୁଇ ଅଙ୍କରେ ରହିଛି । ଡିସେମ୍ବର ୧୯୯୮ ପରେ ପ୍ରଥମ ଥର ପାଇକାରୀ ମୁଦ୍ରାସ୍ପିତି ୧୫ ପ୍ରତିଶତରୁ ଉପରକୁ ପହଞ୍ଚିଛି । ଡିସେମ୍ବର ୧୯୯୮ରେ ଏହା ୧୫.୩୨ ପ୍ରତିଶତ ଥିଲା । ବିଶେଷଜ୍ଞଙ୍କ ଅନୁସାରେ ଖାଦ୍ୟପଦାର୍ଥ ଓ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତି ବଢିଛି । ଏପ୍ରିଲ ମାସରେ ଖାଦ୍ୟପଦାର୍ଥ ମୁଦ୍ରାସ୍ଫୀତିି ହାର ୮.୩୫ ପ୍ରତିଶତ ଥିଲା । ରୁଷ୍ ୟୁକ୍ରେନ୍ ଯୁଦ୍ଧ କ।।ରଣରୁ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ୬୯.୦୭% ଅଧିକ ରହିଥିଲା। ଇନ୍ଧନ ଓ ବିଦ୍ୟୁତ ଦର ୩୮.୬୬ ପ୍ରତିଶତ ବୃଦ୍ଧି ପାଇଥିଲା । ମାର୍ଚ୍ଚ ୨୦୨୨ରେ ୩୪.୫୨% ଥିବା ଦେଖା ଯାଇଛି । ସେହିପରି ଉତ୍ପାଦନ କ୍ଷେତ୍ରରେ ପାଇକାରୀ ମୁଦ୍ରାସ୍ଫୀତି ହାର ଏପ୍ରିଲରେ ୧୦.୮୫% ଥିବା ବେଳେ ମାର୍ଚ୍ଚ ମାସରେ ୧୦.୭୧% ଥିଲା । ପନିପରିବା, ଫଳ, ଗହମ ଓ ଆଳୁ ଦର ଏପ୍ରିଲରେ ବାର୍ଷିକ ଆଧାରରେ ବଢିବା ଯୋଗୁ ଖାଦ୍ୟପଦାର୍ଥ ମୂଦ୍ରାସ୍ପିତି ୮.୩୫ ପ୍ରତିଶତକୁ ଛୁଇଁଥିଲା । ଏହା ସହିତ ଖୁଚୁରା ମୁଦ୍ରାସ୍ଫୀତିରେ ଏଭଳି ବୃଦ୍ଧି କ୍ଷୁଦ୍ର ଶିଳ୍ପ ଗୁଡିକ ପାଇଁ ଅତ୍ୟନ୍ତ ଚିନ୍ତା ଜନକ ବୋଲି ବିଶେଷଜ୍ଞ ମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking