28.1 C
Bhubaneswar
Saturday, April 27, 2024
Homeଓଡିଶାଏସ୍‌ସିବି ମେଡିକାଲରେ ସୁରକ୍ଷାକର୍ମୀଙ୍କ ଦାଦାଗିରି

ଏସ୍‌ସିବି ମେଡିକାଲରେ ସୁରକ୍ଷାକର୍ମୀଙ୍କ ଦାଦାଗିରି

କଟକ: କଟକ ବଡ଼ମେଡିକାଲରେ ଚାଲିଥିବା ଅବ୍ୟବସ୍ଥା ପ୍ରତିବାଦରେ ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡ଼ିଶା ଶାଖା ପକ୍ଷରୁ ଏସ୍‌ସିବି ମେଡ଼ିକାଲ ସୁପରିଣ୍ଡେଣ୍ଡେଣ୍ଟଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ ଏସ୍‌ସିବି ମେଡ଼ିକାଲର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ସୁରକ୍ଷାକର୍ମୀମାନେ ଗତ ଅକ୍ଟୋବର ୫ତାରିଖରେ ଜଣେ ସାମାଜିକ କର୍ମୀ ଏବଂ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ସହିତ ମାଡ଼ ମାରିଥିବା ବିଷୟରେ ସ୍ଥାନୀୟ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା ।

ଘଟଣାର ପ୍ରମାଣ ସ୍ୱରୂପ ଏହାର ଏକ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିବାବେଳେ ଅନେକ ଗରିବ ଅସହାୟ ରୋଗୀଙ୍କୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ତଥା ସାମାଜିକ କର୍ମୀମାନେ ରକ୍ତଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦେଇଥାନ୍ତି । ସେହିଭଳି ରଞ୍ଜନ କୁମାର ବେହେରା ନାମକ ଜଣେ ସାମାଜିକ କର୍ମୀ ଏହି ଚିକିତ୍ସାଳୟରେ ଦୀର୍ଘଦିନ ହେଲା ଅନେକ ଗରିବ ଅସହାୟ ରୋଗୀଙ୍କ ପାଇଁ ରକ୍ତ ଯୋଗାଡ଼ କରିବା ସହିତ ଆର୍ôଥକ ସହାୟତା ମଧ୍ୟ ଯୋଗାଇ ଦେଇଆସୁଛନ୍ତି ।

ଏଭଳି ଜଣେ ନିଃସ୍ୱାର୍ଥପର ସମାଜସେବୀ, ସାମାଜିକ କର୍ମୀ ଶ୍ରୀ ବେହେରା ଓ ଜଣେ ଗଣମାଧ୍ୟମର ପ୍ରତିନିଧି ଜଣେ ଅସହାୟ ରୋଗୀଙ୍କୁ ସାହାଯ୍ୟ କରିବାକୁ ଯାଇଥିବାବେଳେ ବଡ଼ମେଡିକାଲରେ ନିୟୋଜିତ ସୁରକ୍ଷାକର୍ମୀମାନେ ସର୍ବସାଧାରଣ ସମ୍ମୁଖରେ ସେମାନଙ୍କୁ ଯେଉଁଭଳି ଭାଷା ବ୍ୟବହାର କରି ଗାଳିଗୁଲଜ କରି ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି, ତାହା ଅତ୍ୟନ୍ତ ଦୁଃଖଦ ଏବଂ ଲଜ୍ୟାକର ଘଟଣା ବୋଲି ସ୍ମାରକପତ୍ରରେ ଉଲ୍ଲେଖ ରହିଛି । ତେଣୁ ଅନୁଷ୍ଠାନ ପକ୍ଷରୁ ଏଭଳି ଘଟଣାକୁ ଘୋର ନିନ୍ଦା କରାଯିବା ସହିତ ଏହାର ଅନୁସନ୍ଧାନ କରି ଏଭଳି ବ୍ୟବହାର ପ୍ରଦର୍ଶନ ଓ ଆକ୍ରମଣ କରିଥିବା ସୁରକ୍ଷା କର୍ମୀଙ୍କ ବିରୋଧରେ ଦୃଢ଼ ଆଇନଗତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଅନୁଷ୍ଠାନର କର୍ମକର୍ତ୍ତା ରାଜ୍ୟ ସଭାପତି ସସ୍ମିତା ଦାସ, କଟକ ଜିଲ୍ଲା ସାଧାରଣ ସମ୍ପାଦକ ଅଭିଳାଷ ସାହୁ, ଲିପିକା ରାୟ, ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking