27.1 C
Bhubaneswar
Thursday, April 25, 2024
Homeଅପରାଧବାଇକରୁ ୯ ଲକ୍ଷ ଲୁଟ୍ ଘଟଣା ଜଣେ ଗିରଫ

ବାଇକରୁ ୯ ଲକ୍ଷ ଲୁଟ୍ ଘଟଣା ଜଣେ ଗିରଫ

ବ୍ରହ୍ମପୁର: ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ୍ ଘଣାରେ ଗୋଷାଣୀନୂଆଗାଁ ଥାନା ପୁଲିସ ଜଣେ ଲୁଟେରାକୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ବଡ଼ ବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ୭ମ ଗଳିର ଥାବିର ପାତ୍ର । ତାଙ୍କ ନିକରୁ ଲୁଟ୍ ହୋଇଥିବା ୯ ଲକ୍ଷ ୪୦ ହଜାର ଟଙ୍କା ଜବତ କରିଛି । ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ନିଜର କଷ୍ଟ ଅର୍ଜିତ ଧନକୁ ସୁରକ୍ଷିତ ସ୍ଥାନରେ ରଖିବା ସହ ଏଭଳି ଦାୟିତ୍ୱହିନ କାର୍ଯ୍ୟ ନକରିବା ନିମନ୍ତେ ଜନସାଧ।।ଣଙ୍କୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ ନୀଳକଣ୍ଠ ନଗର ହାଉସିଂ ବୋର୍ଡ ଛକରେ ସୀମାଞ୍ଚଳ ବେହେରାଙ୍କ ଆକୁଆରିୟମ ଦୋକାନକୁ ମରାମତି କରିବା ନିମନ୍ତେ ଦୁଇ ଦିନ ପୂର୍ବେ ନିଜ ବନ୍ଧୁଙ୍କ ଠାରୁ ୯ ଲକ୍ଷ ୪୦ ହଜାର ଟଙ୍କା କରଜ ଆଣି ନିଜ ବାଇକ ଡିକିରେ ରଖିଥିଲେ । ଶୋ’ରୁମ ସମ୍ମୁଖରେ ବାଇକ ରଖି ଭିତରୁ ଯାଇଥିଲେ ।

କାମ ସାରି କିଛି ସମୟ ପରେ ବାହାରକୁ ଆସି ଦେଖିବା ବେଳେ ତାଙ୍କ ବାଇକ (ଓଡ଼ି୦୭ଏଏଚ୍‌-୩୩୬୩) ଡିକି ଖୋଲାଥିଲା । ଡିକି ଭଙ୍ଗା ଯାଇଥିବା ବେଳେ ତା ଭିତରେ ଥିବା ୯ ଲକ୍ଷ ୪୦ ହଜାର ଟଙ୍କା ନଥିବାର ଦେଖିବାକୁ ପାଇଥିଲା । ଏ ନେଇ ସୀମାଞ୍ଚଳ ଗୋସାଇଁ ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ କାବୁ କରିଥିଲା । ତାଙ୍କ ନିକଟରୁ ଲୁଟ୍ ହୋଇଥିବା ସମସ୍ତ ଟଙ୍କା ଉଦ୍ଧାର କରାଯାଇଥିବା ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି । ତେବେ ଏତେ ପରିମାଣର ଟଙ୍କା କାହିଁକି ଆଣିଥିଲେ । ଏହା କେଉଁଠୁ ଆସିଲା ଏ ବିଷୟରେ ମଧ୍ୟ ତଦନ୍ତ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking