39.1 C
Bhubaneswar
Friday, April 26, 2024
Homeଅପରାଧରାଜଧାନୀରେ ଚାଞ୍ଚଲ୍ୟ : ୩ମାସର ଶିଶୁକୁ ୬,୫୦୦ରେ ବିକିଥିଲେ ମା’

ରାଜଧାନୀରେ ଚାଞ୍ଚଲ୍ୟ : ୩ମାସର ଶିଶୁକୁ ୬,୫୦୦ରେ ବିକିଥିଲେ ମା’

ଭୁବନେଶ୍ୱର: ରାଜଧାନୀର ନୟାପଲ୍ଲୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ମା’ ତାର ୩ମାସର ଶିଶୁପୁତ୍ରକୁ ୬୫୦୦ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ଖବରପାଇ ଶୁକ୍ରବାର ସନ୍ଧ୍ୟାରେ ଚାଇଲ୍ଡଲାଇନ୍ ଓ ପୁଲିସ ମିଳିତ ଭାବେ ସମ୍ପୃକ୍ତ ଶିଶୁକୁ ଉଦ୍ଧାର କରିଛନ୍ତି । ପରେ ଶିଶୁକୁ ପୁଲିସ ତାର ମା’କୁ ହସ୍ତାନ୍ତର କରିଛି । ଏହି ସମୟରେ ଶିଶୁକୁ ଚାଇଲ୍ଡଲାଇନ ନିଜ ହେପାଜତକୁ ନେବାକୁ ଦାବି କରିଥିଲା । କିନ୍ତୁ ମା’ ଛୁଆକୁ ଦେବାକୁ ମନା କରିଦେଇଥିଲେ । ଏଭଳି ରାତିତମାମ୍ ଚାଇଲ୍ଡଲାଇନ୍ ଓ ଶିଶୁର ମା’ଙ୍କ ମଧ୍ୟରେ ଟଣାଓଟଲା ଲାଗିରହିଥିଲା । ଖବର ଲେଖିବା ପର୍ଯ୍ୟନ୍ତ ସମ୍ପୃକ୍ତ ଶିଶୁର ମା’ ଓ କିଣିଥିବା ଦମ୍ପତ୍ତିଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିଲା । ଯଦି ଶିଶୁକୁ ଆମ ହେପାଜତକୁ ପୁଲିସ ନେବାରେ ପୁଲିସ ସାହାଯ୍ୟ ନକରେ ତା’ହେଲେ ପୁଲିସ ବିରୋଧରେ ଅଭିଯୋଗ କରିବାକୁ ଚାଇଲ୍ଡଲାଇନ କହିଛି ।

ଏହାସହ ଶିଶୁ ବିକ୍ରିକୁ ନେଇ ହୋଇଥିବା ଆଇନଗତ ଚୁକ୍ତି ଦଲିଲ୍ ଚାଇଲ୍ଡଲାଇନ୍ ରଖିଛି । ଅନ୍ୟପକ୍ଷେ ଏହି ବିକ୍ରି ଘଟଣାକୁ ଶିଶୁର ମା’ ଖଣ୍ଡନ କରିଛନ୍ତି । ଏସମ୍ପର୍କରେ ସେ କହିଛନ୍ତି, ମୁଁ ମୋ ଛୁଆକୁ ବିକ୍ରି କରିନାହିଁ । ତାଙ୍କ ପାଖେ ରଖିବାକୁ ଦେଇଥିଲି । ତେବେ କେଉଁ ପରିସ୍ଥିତିରେ ମହିଳା ଜଣକ ଶିଶୁକୁ ବିକ୍ରି କଲେ, ତାହା ଜଣାପଡ଼ିନାହିଁ । ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ଅନୁସାରେ ଶିଶୁ ବିକ୍ରି କରିବା ବା କିଣିବା ଅପରାଧ । ତେଣୁ ଏହି ଘଟଣା ସମ୍ପର୍କରେ ଚାଇଲ୍ଡଲାଇନ ନିର୍ଦ୍ଦେଶକ ବେଣୁଧର ସେନାପତି ଅତିରିକ୍ତ ସିଡବ୍ଲୁସି ଏବଂ ଖୋର୍ଦ୍ଧା ଡିସିପିଓଙ୍କୁ ଅବଗତ କରାଇଛନ୍ତି ।

ସୂଚନା ଅନୁଯାୟୀ, ନୟାପଲ୍ଲୀ ଅଞ୍ଚଳର ଜଣେ ଶିଶୁପୁତ୍ରକୁ ତା’ ମା’ ୬୫୦୦ଟଙ୍କାର ବିକ୍ରି କରିଦେଇଥିବା ନେଇ ଶୁକ୍ରବାର ଚାଇଲ୍ଡଲାଇନ୍ ସଦସ୍ୟ ଦିବ୍ୟା ଶାଶ୍ୱତୀ ଖବର ପାଇଥିଲେ । ଏସମ୍ପର୍କରେ ସେ ପୁଲିସକୁ ଅବଗତ କରାଇଥିଲେ । ପରେ ପୁଲିସ ଶିଶୁର ମା’କୁ ଥାନାକୁ ଆଣି ପଚରାଉଚରା କରିଥିଲା । ପରେ ତଦନ୍ତ କରିବାରୁ ଜଣାପଡ଼ିିଲା ଯେ, ଶିଶୁର ମା’ ଜଣେ ବିଧବା ମହିଳା । ତାଙ୍କର ଗୋଟିଏ ଝିଅ ଅଛି । ସେ ଏହି ଶିଶୁପୁତ୍ରକୁ ୬୫୦୦ଟଙ୍କାରେ କୋର୍ଟପେପର୍‌ରେ ଚୁକ୍ତି କରି ବିକ୍ରି କରିଥିବା ପ୍ରମାଣ ମିଳିଛି । ଅନ୍ୟପକ୍ଷେ ଶିଶୁକୁ କିଣିଥିବା ଦମ୍ପତିଙ୍କ ୨ଟି ଝିଅ ରହିଛି । ତଥାପି ସେମାନେ ଏହି ଶିଶୁକୁ କିଣିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking