31.1 C
Bhubaneswar
Monday, May 6, 2024
Homeଓଡିଶାସୁରିନ୍ଦର ଜୈନ୍ ସ୍ମାରକୀ ଚେସ୍‌ରେ ହର୍ଷିତ ଚାମ୍ପିଅନ୍

ସୁରିନ୍ଦର ଜୈନ୍ ସ୍ମାରକୀ ଚେସ୍‌ରେ ହର୍ଷିତ ଚାମ୍ପିଅନ୍

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଚେସ୍ ସଂଘ (ଓଏସ୍‌ସିଏ) ପକ୍ଷରୁ ଆୟୋଜିତ ସୁରିନ୍ଦର ଜୈନ୍ ସ୍ମାରକୀ ଓପନ୍ ଚେସ୍ ଚାମ୍ପିଅନ୍‌ଶିପ୍‌ରେ କଟକର ଓଲ୍ଡ ଷ୍ଟିୱାର୍ଟ ସ୍କୁଲ୍‌ର ହର୍ଷିତ ରଞ୍ଜନ ସାହୁ ଚାମ୍ପିଅନ୍ ହୋଇଛନ୍ତି । ସେ ସମୁଦାୟ ସାଢ଼େ ୭ ପଏଣ୍ଟ୍ ପାଇ ବୁକୋଲଜ୍ ପଦ୍ଧତିରେ ଆନ୍ଧ୍ର ପ୍ରଦେଶର ମହେନ୍ଦ୍ର ତେଜା ମେକାଲାଙ୍କୁ ପଛରେ ପକାଇପାରିଛନ୍ତି । ସେହିପରି ଖଣ୍ଡଗିରିର ସେଣ୍ଟ୍ ଜାଭିଅର୍ସ ହାଇସ୍କୁଲ୍ ଛାତ୍ର ସତ୍ୟମ୍ ସର୍ବଜିତ୍ ମିଶ୍ର ଓ ପୁରୀର ଶାନ୍ତନୁ ବରାଳ ୭ ପଏଣ୍ଟ୍ ଲେଖାଏଁ ଏବଂ ଟପ୍ ସିଡ୍ ଫିଡେ ମାଷ୍ଟର୍ ଭୁବନେଶ୍ୱରର ସୌମ୍ୟ ରଞ୍ଜନ ମିଶ୍ର ସାଢ଼େ ୬ ପଏଣ୍ଟ୍ ସହ ବୁକୋଲ୍‌ଜ ପଦ୍ଧତିରେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି ।

ଏହାଛଡ଼ା ୭ ବର୍ଷରୁ କମ୍ ବର୍ଗରେ ଅକ୍ଷଜ ନାୟକ, ୯ ବର୍ଷରୁ କମ୍ ବର୍ଗରେ ପ୍ରତ୍ୟୁଷ ଦୀକ୍ଷିତ, ୧୧ ବର୍ଷରୁ କମ୍ ବର୍ଗରେ ଶ୍ରୀହନ୍ ସାବତ୍‌, ୧୩ ବର୍ଷରୁ କମ୍ ବର୍ଗରେ ସ୍ଥିତପ୍ରଜ୍ଞ ସାହୁ, ୧୫ ବର୍ଷରୁ କମ୍ ବର୍ଗରେ ଏସପିକେ ଆରୁଲ୍ ଆନନ୍ଦ ଓ ବାଳିକାରେ ସାହାନା ଲେଙ୍କା ପ୍ରଥମ ସ୍ଥାନରେ ରହି ସ୍ୱତନ୍ତ୍ର ଭାବେ ପୁରସ୍କୃତ ହୋଇଛନ୍ତି । ଆହୁରି ଭୁବନେଶ୍ୱରର ଇପ୍‌ସିତା ଶର୍ମା ଓ ୬୭ ବର୍ଷୀୟ ଭୀମସେନ ପ୍ରଧାନ ଯଥାକ୍ରମେ ଶ୍ରେଷ୍ଠ ମହିଳା ଓ ଶ୍ରେଷ୍ଠ ଭେଟେରାନ୍ ଖେଳାଳି ବିବେଚିତ ହୋଇଛନ୍ତି ।

ଗୁଗଲ୍ ମିଟ୍‌ରେ ଅନୁଷ୍ଠିତ ହୋଇଥିବା ଏହି ଚାମ୍ପିଅନ୍‌ଶିପ୍‌ର ଉଦଯାପନୀ ଉତ୍ସବରେ ମୁମ୍ବାଇ ରୟାଲ୍ ଡ୍ରାଇ ଫ୍ରୁଟ୍ସର ସେଲ୍ସ ଓ ମାର୍କେଟିଂ ମୁଖ୍ୟ ଅମରେଶ ମିଶ୍ର ମୁଖ୍ୟ ଅତିଥି ଏବଂ କୋଲ୍‌କାତା ନୌସେନା କାର୍ଯ୍ୟାଳୟର ଷ୍ଟାଫ୍ ଅଫିସର୍ କମାଣ୍ଡର୍ କିମଶୁକ୍ ରୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଏସ୍‌ସିଏ ସମ୍ପାଦକ ସ୍ମୃତିରଞ୍ଜନ ଦାସ, ଯୁଗ୍ମ ସମ୍ପାଦକ ଶୀତେନ୍ଦୁ ରାଜଗୁରୁ, ମୁଖ୍ୟ ଆର୍ବିଟର୍ ଦେବାଶିଷ ପାଣିଗ୍ରାହୀ ଓ ଡେପୁଟି ଆର୍ବିଟର୍ ଦୀପକ ପଲାଇ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking