32.1 C
Bhubaneswar
Sunday, May 19, 2024
Homeଓଡିଶାସତର୍କତା ଅବଲମ୍ବନ ନକଲେ ସଂକ୍ରମଣ ବୃଦ୍ଧି ପାଇବ : ଡିଏମ୍‌ଇଟି

ସତର୍କତା ଅବଲମ୍ବନ ନକଲେ ସଂକ୍ରମଣ ବୃଦ୍ଧି ପାଇବ : ଡିଏମ୍‌ଇଟି

ଭୁବନେଶ୍ୱର : ପାର୍ବଣରେ ପୁଣି ଫେରିଛି କୋରୋନା । ରାଜ୍ୟରେ ଦିନେ ବଢ଼ିଲେ ଦିନେ କମୁଛି ସଂକ୍ରମଣ । ସେପ୍ଟେମ୍ବର ଓ ଅକ୍ଟୋବର ପାର୍ବଣର ଋତୁ ହୋଇଥିବାରୁ ଏହି ସମୟରେ ଭିଡ଼ ଲାଗି ରହେ । ଏହାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏ ନେଇ ରାଜ୍ୟବାସୀଙ୍କ ସହଯୋଗ ମାଗିଛନ୍ତି ସରକାର । ସତର୍କତା ଅବଲମ୍ବନ ନକଲେ ସଂକ୍ରମଣ ବୃଦ୍ଧି ଥୟ ବୋଲି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି । ପାର୍ବଣ ସମୟରେ ସାମାଜିକ ଦୂରତା ରହୁନଥିବା ବେଳେ ମାସ୍କ ବ୍ୟବହାର କମ ଦେଖିବାକୁ ମିଳେ ।

ଏହାକୁ ନଜରରେ ରଖି କେନ୍ଦ୍ର ସରକାର ୩ ମାସ ପର୍ଯ୍ୟନ୍ତ ଅଧିକ ସଚେତନତା ରହିବାକୁ କହିଛନ୍ତି । ଯାହାକୁ ପାର୍ବଣ ସମୟରେ ମାନିବାର ଆବଶ୍ୟକ ରହିଛି । ସାମାନ୍ୟ ଢ଼ିଲାପଣ ବିପଦକୁ ଡ଼ାକିପାରେ । ଖାଲି ସେତିକି ନୁହେଁ ସହଯୋଗ ନ କଲେ ଭବିଷ୍ୟତରେ ସଂକ୍ରମଣ ବଢ଼ିବାର କାରଣ ଆମେ ନିଜେ ସାଜିବା ବୋଲି କହିଛନ୍ତି ଡାକ୍ତର ମହାନ୍ତି । ଲୋକେ ସଚେତନତା ହେଲେ ସଂକ୍ରମଣ ନିୟନ୍ତ୍ରଣ ରହିବ । ସତର୍କତା ହିଁ ସଂକ୍ରମଣ ବୃଦ୍ଧି ଉପରେ ରୋକ ଲଗାଇପାରିବ । ରାଜ୍ୟ ସରକାର କେନ୍ଦ୍ର ସରକାର ନିରନ୍ତର ଯୋଗାଯୋଗରେ ରହିଛନ୍ତି ବୋଲି କହିଛନ୍ତି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking