30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶ୨୦୨୦ ଦିଲ୍ଲୀ ଦଙ୍ଗାର ପ୍ରଥମ ଦଣ୍ଡାଦେଶ : ଦିନେଶଙ୍କୁ ୫ ବର୍ଷ କାରାଦଣ୍ଡ

୨୦୨୦ ଦିଲ୍ଲୀ ଦଙ୍ଗାର ପ୍ରଥମ ଦଣ୍ଡାଦେଶ : ଦିନେଶଙ୍କୁ ୫ ବର୍ଷ କାରାଦଣ୍ଡ

ନୂଆଦିଲ୍ଲୀ: ୨୦୨୦ ଫେବୃଆରୀରେ ଦିଲ୍ଲୀରେ ଘଟିଥିବା ସାଂପ୍ରଦାୟିକ ଦଙ୍ଗାରେ ସ୍ଥାନୀୟ ଅଦାଲତ ଗୁରୁବାର ପ୍ରଥମ ଦଣ୍ଡାଦେଶ ଶୁଣାଇଛନ୍ତି । ଦିନେଶ ଯାଦବ ନାମକ ଏହି ବ୍ୟକ୍ତି ଦୋଷୀସାବ୍ୟସ୍ତ ହୋଇଥିବାବେଳେ ତାଙ୍କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହାବ୍ୟତୀତ ତାଙ୍କ ଉପରେ ୧୨,୦୦୦ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି । ଗୋକୁଲପୁରୀ ଅଞ୍ଚଳର ଜଣେ ୭୩ ବର୍ଷୀୟା ମହିଳାଙ୍କ ଘରେ ନିଆଁ ଲଗାଇବା ସହ ବୃଦ୍ଧାଙ୍କ ସମ୍ପତ୍ତି ଲୁଟ୍ କରିଥିବାରୁ ଦିନେଶଙ୍କୁ ଏଭଳି ଦଣ୍ଡ ପ୍ରଦାନ କରାଯାଇଛି । ଏହି ମହିଳାଙ୍କ ଅଭିଯୋଗ ଅନୁଯାୟୀ ଦିନେଶଙ୍କ ନେତୃତ୍ୱରେ ଫେବୃଆରୀ ୨୫ ରାତିରେ ପ୍ରାୟ ୧୫୦ ଜଣ ଲୋକ ମାରଣାସ୍ତ୍ର ଧରି ତାଙ୍କ ଘର ଉପରେ ଆକ୍ରମଣ କରିବା ସହ ମୂଲ୍ୟବାନ ଆସବାବପତ୍ର ଲୁଟି ନେଇଥିଲେ । ମହିଳା ଜଣକ ଛାତରୁ ଲମ୍ଫପ୍ରଦାନ କରି ପଡୋଶୀଙ୍କ ଘରେ ଲୁଚିଯିବାରୁ ରକ୍ଷା ପାଇଯାଇଥିଲେ । ବିବାଦୀୟ ନାଗରିକ ସଂଶୋଧନ ଆଇନକୁ କେନ୍ଦ୍ରକରି ଏହି ଦଙ୍ଗାର ସୂତ୍ରପାତ ହୋଇଥିଲା । ଏଥିରେ ୫୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବାବେଳେ ୨୦୦ରୁ ଅଧିକ ଆହତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking