28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଅନ୍ଧବିଶ୍ୱାସର ଅନ୍ଧଗଳିରେ ସମାଜ: ଝିଅର ମୃତଦେହକୁ ୩ ଦିନ ଧରି ଝଡାଫୁଙ୍କା କରୁଥିଲେ ପରିବାର

ଅନ୍ଧବିଶ୍ୱାସର ଅନ୍ଧଗଳିରେ ସମାଜ: ଝିଅର ମୃତଦେହକୁ ୩ ଦିନ ଧରି ଝଡାଫୁଙ୍କା କରୁଥିଲେ ପରିବାର

ଲକ୍ଷ୍ନୌ: ଆଜି ବି ଏ ସମାଜ ଅନ୍ଧ ବିଶ୍ୱାସର ଅନ୍ଧକାରରେ ରହିଛି । ଉତ୍ତରପ୍ରଦେଶ ରାଜ୍ୟ ଜନପଦର କରଛନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଝିଅର ମୃତ୍ୟୁ ପରେ ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମୃତଦେହକୁ ତିନି ଦିନ ଧରି ଏକ ବନ୍ଦ କଠୋରୀରେ ରଖିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଅଭୟରାଜ ଯାଦବ ନାମକ ଜଣେ ବ୍ୟକ୍ତି କରଛନା ଥାନା ଅନ୍ତର୍ଗତ ଦିହା ଗ୍ରାମରେ ନିଜ ପରିବାର ସହ ରହୁଥିଲେ ।

ତିନି ଦିନ ପୂର୍ବେ ଅଭୟରାଜଙ୍କ ୧୮ ବର୍ଷୀୟ ଝିଅଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । କିନ୍ତୁ ପରିବାର ଲୋକେ ମୃତ ଝିଅର ଶେଷକୃତ୍ୟ କରିନଥିଲେ । ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ତନ୍ତ୍ରମନ୍ତ୍ର ସାଧନାରେ ଝିଅକୁ ପୁନଃଜୀବିତ କରିବାକୁ ଉଦ୍ୟମ କରୁଥିବା ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ । ଗ୍ରାମବାସୀଙ୍କ ସୂଚନା କ୍ରମେ ପୋଲିସ ପହଞ୍ଚି ଯେଉଁ ଦୃଶ୍ୟ ଦେଖିଲା, ତାହା ଆଶ୍ଚର୍ଯ୍ୟକର ଥିଲା । ପରିବାର ଲୋକେ ମୃତ ଝିଅକୁ ଚଟାଣରେ ସୁଆଇ ଝଡ଼ା ଫୁଙ୍କା କରୁଥିଲେ । ପୋଲିସ ସେମାନଙ୍କୁ ଅଟକାଇବାରୁ ପରିବାର ଲୋକେ ବିରୋଧ କରିଥିଲେ । ଏହାପରେ ଘଟଣାସ୍ଥଳରୁ ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ପୋଲିସର ସୂଚନା ଅନୁଯାୟୀ, ଉକ୍ତ ପରିବାର ଲୋକଙ୍କ ମାନସିକ ଅବସ୍ଥା ଭଲନାହିଁ । ଅନ୍ୟପଟେ ଏହି ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking