40.1 C
Bhubaneswar
Thursday, April 25, 2024
Homeଅପରାଧତାନ୍ତ୍ରିକର ଜଘନ୍ୟ କାଣ୍ଡ: ସିଦ୍ଧି ଲାଭ ପାଇଁ ଅଢେଇ ବର୍ଷର ଶିିଶୁକୁ ଦେଲା ବଳି

ତାନ୍ତ୍ରିକର ଜଘନ୍ୟ କାଣ୍ଡ: ସିଦ୍ଧି ଲାଭ ପାଇଁ ଅଢେଇ ବର୍ଷର ଶିିଶୁକୁ ଦେଲା ବଳି

ଲକ୍ଷ୍ନୌ: ତାନ୍ତ୍ରିକର ଜଘନ୍ୟ କାଣ୍ଡ । ଦେବୀ ମାଙ୍କୁ ପ୍ରସନ୍ନ କରିବାକୁ ଯାଇ ଏକ ଅଢେଇ ବର୍ଷର ଶିଶୁ କନ୍ୟାକୁ ବଳି ଚଢାଇଲା ତାନ୍ତ୍ରିକ । ଏଭଳି ଏକ ଜଘନ୍ୟକାଣ୍ଡ ଘଟିଛି ଆଗ୍ରାର ଖେରାଗଡ ତହସିଲର ଜଗନର୍ ପୋଲିସ୍ ଷ୍ଟେସନ ଅଞ୍ଚଳରେ । ସୂଚନା ଅନୁଯାୟୀ, ତନ୍ତ ମନ୍ତ୍ରକୁ ସଫଳ କରିବା ପାଇଁ ଅଭିଯୁକ୍ତ ହ୍ରିତିକଙ୍କୁ ବଳିଦାନ ଦେଇଛି । ଅଭିଯୁକ୍ତଙ୍କ ନାମ ହୁକମ ସିଂ ବୋଲି ଜଣାପଡିଛି । ଯେତେବେଳେ ଝଡା ଫୁଙ୍କା କରିବା ପାଇଁ ଗ୍ରାହକଙ୍କ ସଂଖ୍ୟା କମ ହେବାରୁ ଦେବୀ ମା’କୁ ବଳି ଦେଇଥିଲା ତାନ୍ତ୍ରିକ । ଗିରଫ ତାନ୍ତ୍ରିକ ପୋଲିସ ନିକଟରେ କହିଛି ଯେ, “ଜୁନ୍ ୧୫ ତାରିଖରେ ବରିଗୱାନର ବାସିନ୍ଦା ରାମାଭତାରଙ୍କ ଅଢେଇ ବର୍ଷର ପୁଅ କୂଅ ନିକଟରେ ଏକୁଟିଆ ଖେଳୁଥିବା ସମୟରେ ଅପହରଣ କରିଥିଲି ।

ଏହାପରେ ସେ ଛୁଆର ବେକକୁ କାଟି ଦେବୀ ମାତାଙ୍କ ପାଦତଳେ ସମର୍ପଣ କରିଥିଲି । କିଛି ସମୟ ପରେ ସେ ହ୍ରିତିକଙ୍କୁ ଏକ ଅଖା ଭିତରେ ବୁଦାମୂଳେ ଫିଙ୍ଗି ଦେଇଥିଲି । ହଠାତ୍ ଶିଶୁଟିର ନିଖୋଜ ଖବର ଗାଁରେ ନିଆଁ ପରି ବ୍ୟାପିଯାଇଥିଲା । ପରିବାରଲୋକେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ଧରିବାରେ ସଫଳ ହୋଇନଥିଲେ । ନମିଳିବାରୁ ହ୍ରିତିକଙ୍କ ବାପା ପୋଲିସକୁ ଖବର ଦେଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ପୋଲିସ ଏବଂ ଗ୍ରାମବାସୀ ନିଖୋଜ ଶିଶୁର ମୃତଦେହକୁ ଜୁନ୍ ୧୬ ତାରିଖରେ ଗାଁ ବାହାରେ ଶୁଖିଲା କିବର ନଦୀରେ ପଡ଼ିଥିବାର ଦେଖିବାକୁ ପାଇଥିଲେ । ଏହାପରେ ପୋଲିସ ଶିଶୁର ମୃତଦେହକୁ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking