28.1 C
Bhubaneswar
Saturday, April 27, 2024
Homeଓଡିଶାଜାତୀୟ ରାଜପଥ ଅବସ୍ଥା ବେହାଲ

ଜାତୀୟ ରାଜପଥ ଅବସ୍ଥା ବେହାଲ

ମାଲକାନଗିରି : ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ମରାମତି ହେଇ ପାରୁନି । ଫଳରେ ହଇରାଣ ହରକତ ହେଉଛନ୍ତି ଲୋକେ।ଏହି ରାସ୍ତା ଦେଇ କାଲିମେଳା ଓ ସୀମାନ୍ତ ମୋଟୁ କୁ ସଂଯୋଗ କରୁଥିବା ବେଳେ ଏହା ରାଞ୍ଚି ବିଜୟବଡ଼ା କୁ ସଂଯୋଗ କରି ଥାଏ। 326 ନମ୍ବର ଜାତୀୟ ରାଜ ପଥ ଦେଇ ପ୍ର୍ୟତେକ ଦିନ ହାଜର ହାଜର ସଂଖ୍ୟକ ଗାଡି ଚଳାଚଳ ହେଉଥିବା ବେଳେ ରାସ୍ତା ର ଅବସ୍ତା ଏହି ଭଲି ଥିବାରୁ ଏହାକୁ ତୀବ୍ର ବିରୋଧ କରିଛନ୍ତି ଗ୍ରାମବାସୀ। ଜିଲ୍ଲାପ୍ରଶାସନ ଓ ଠିକା କମ୍ପାନୀ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ମରାମତି କରିବା ପାଇଁ ଦାବି କରିଛନ୍ତି ଏମ୍ ଭି 76 ଗ୍ରାମବାସୀ।
ତେବେ ସରକାରୀ ବାବୁଙ୍କ ଏହି ରାସ୍ତା ଦେଇ ପ୍ରତିଦିନ ଯାତାୟତ କରୁଥିଲେ ସୁଦ୍ଧା ରାସ୍ତାର ଏହିଭଳି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ସତ୍ୱେ ମଧ୍ୟ ଦୃଷ୍ଟି ଗୋଚର ହେଉନାହିଁ । ଫଳରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖାନ ହେଉଛନ୍ତି ସାଧାରଣ ଲୋକେ । ରାସ୍ତା ହୋଇଥିବା କୃତିମ ନାଳ ଯାହାକି ପିଚୁ ଉଠି ଜାଇ ଖାଲ ଢିପ ହୋଇଥିବା ବେଳେ ତାହା ଧୁରରୁ ସଠିକ ଭାବରେ ଦୃଶ୍ୟମାନ ହେଉନଥିବା ବେଳେ ଅନେକ ଲୋକ ଦୁର୍ଘଟଣାରେ ଶିକାର ହେଉଛନ୍ତି।ତେବେ ପ୍ରଶାସନ ପକ୍ଷରୁ କୌଣସି ଉଚିତ ପଦକ୍ଷେପ ନିଆ ଯାଉନଥିବା ବେଳେ, ଆଜି ଏହି mv 76
ଗ୍ରାମର କିଛି ଯୁବକ ମାନେ ରାସ୍ତାରେ ମାଟି ପକାଇ ସମତଳ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking