35.1 C
Bhubaneswar
Wednesday, May 8, 2024
Homeଓଡିଶାଚୋରା ବନ୍ଧୁକ କାରବାରର ପେଣ୍ଠସ୍ଥଳି ପାଲଟିଛି କଟକ ସହର !

ଚୋରା ବନ୍ଧୁକ କାରବାରର ପେଣ୍ଠସ୍ଥଳି ପାଲଟିଛି କଟକ ସହର !

କଟକ : କଟକ ସହରରୁ ପନ୍ଦରଦିନ ତଳେ ୩ଟି ବନ୍ଧୁକ ସହ ୪ଜଣ ଗିରଫ ହୋଇଥିଲା ବେଳେ ଆଜି ପୁଣି ଥରେ ଜବତ ହୋଇଛି ଚୋରା ବନ୍ଧୁକ ଗୁଳି । ଏହି କାରବାରରେ ସଂପୃକ୍ତ ୪ଜଣଙ୍କୁ ଆଜି ଗିରଫ କରିଛି କଟକ କମିଶନରେଟ ପୁଲିସ । ଚାଉଳିଆଗଞ୍ଜ ଥାନା ପୁଲିସ ଚୋରା ବନ୍ଧୁକ କାରବାରରେ ୪ଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୫ଟି ବନ୍ଧୁକ ୧୨ରାଉଣ୍ଡ ଗୁଳି ,୫ଟି ମୋବାଇଲ ଏବଂ ଦୁଇଟି ବାଇକ ମଧ୍ୟ ପୁଲିସ ଜବତ କରିଛି । ବନ୍ଧୁକ କାରବାରର ମୁଖ୍ୟ କାରର୍ପଟଦାର କଟକ ଚାଉଳିଆଗଞ୍ଜ ଥଟାରିସାହିର ମାଗୁ ଓରଫ ସୌମେନ୍ଦ୍ର ସାହୁ(୩୨) ସମେତ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କୃଷ୍ଣନନ୍ଦପୁର କାଳିଆ ଓରଫ ଶେଖ ସାଜିଦ ଅଲ୍ଲୀ(୩୩),  ବିରିଡ଼ି  ପାର୍ବତୀପୁରର ସୁଦର୍ଶନ ମଲ୍ଲିକ (୪୬) ଓ ବିରିଡ଼ି ଶଙ୍କରପୁର ବାସୁଜେନା ସାହିର ଡେଙ୍ଗା ଓରଫ ବାଦଲ କୁମାର ଜେନା(୫୭)କୁ ଚାଉଳିଆଗଞ୍ଜ ଥାନା ପୁଲିସ ଗିରଫ କରିଛି ।

ଏକ ବଡ଼ଧରଣର ଅପରାଧ ଘଟାଇବା ପାଇଁ ଏସବୁ ବନ୍ଧୁକ କାରବାର ହୋଇଥିଲା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରୟାଦର୍ଶୀ ସୂଚନା ଦେଇଛନ୍ତି । ଏହି ଚୋରା ବନ୍ଧୁକ କାରବାର ମାଷ୍ଟ୍ରରମାଇଣ୍ଡ ମଙ୍ଗୁ ନାମରେ ଚାଉଳିଆଗଞ୍ଜ ଥାନା ସମେତ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି ।   ଉଲ୍ଲେଖଯୋଗ୍ୟ ଯେ ଗତ ୫ତାରିଖରେ ବାଦାମବାଡି ପୁଲିସ ୩ଟି ବନ୍ଧୁକ,୧୬ଟି ଗୁଳି ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଥିଲା । ଏହି କାରବାରରେ ଜଣେ ଆଲ୍‌ବମ୍ ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇଥିଲା । ଅର୍ଥାତ୍ ୧୫ ଦିନ ମଧ୍ୟରେ କମିଶନ୍‌ରେଟ ପୁଲିସ ୨୮ ରାଉଣ୍ଡ ଗୁଳି ୮ଟି ବନ୍ଧୁକ ସହ ୮ ଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିପାରିଛି । ଏହାଛଡ଼ା କିଛିମାସ ତଳେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଡି ବ୍ରଦର୍ସଙ୍କ ସିଡିଏସ୍ଥିତ ଘରୁ ୧୬ଟି ବନ୍ଧୁକ ସହ ୧୦୯୫ରାଉଣ୍ଡ ଗୁଳି ଜବତ ହୋଇଥିଲା । ସୁତରାଂ କଟକ ସହର ଏବେ ଚୋରା ବନ୍ଧୁକ କାରବାରର ପେଣ୍ଠସ୍ଥଳୀ ପାଲଟିଛି ବୋଲି ଅଭିଯୋଗ ଉଠିଛି ।

ତେବେ ଚେରା ବନ୍ଧୁକ କାରବାର କଟକ କମିଶନରେଟ ପୁଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଡ୍ରାଇଭରେ ଗତ ୮ମାସ ମଧ୍ୟରେ ୫୯ଟି ଚୋରା ବନ୍ଧୁକ ସହ ୩୮୦ରାଉଣ୍ଡ ଗୁଳି ଜବତ ହୋଇଛିି । ଏହି କାରବାର ମୋଟ ୫୯ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ଚୋରା ବନ୍ଧୁକଗୁଡିକ ମୁଖ୍ୟତଃ ବିହାର ମୁଙ୍ଗେର ଅଞ୍ଚଳରୁ ଆଣି ଏଠାରେ ଅପରାଧୀମାନେ ବିକ୍ରି କରୁଥିବା ଜଣାପଡ଼ିଛି । ଅପରାଧ ଦମନ ପାଇଁ କମିଶନରେଟ ପୁଲିସ ପକ୍ଷରୁ ଚାଲିଥିବା ସ୍ପେଶାଲ ଡ୍ରାଇଭରେ ସହରର ବିଭିନ୍ନ ଥାନାକୁ ଏବେ ସଫଳତା ମିଳିଛି । ଆଗକୁ ମଧ୍ୟ ସହରରେ ଏହି ସ୍ୱତନ୍ତ୍ର ଡ୍ରାଇଭ ଜାରି ରହିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂହ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking