30.1 C
Bhubaneswar
Monday, May 20, 2024
Homeଓଡିଶାବିନା ପ୍ରବେଶିକା ପରୀକ୍ଷାରେ ଏମ୍‌ବିଏ ନାମଲେଖା

ବିନା ପ୍ରବେଶିକା ପରୀକ୍ଷାରେ ଏମ୍‌ବିଏ ନାମଲେଖା

ଭୁବନେଶ୍ୱର:  ଚଳିତ ବର୍ଷ କରୋନା ପରିସ୍ଥିତି ପାଇଁ ଏମ୍‌ବିଏ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ପ୍ରବେଶିକା ପରୀକ୍ଷାର ଆବଶ୍ୟକତା ନାହିଁ । ୟୁଜି ପାଠ୍ୟକ୍ରମରେ ରଖିଥିବା ମାର୍କକୁ ଆଧାର କରି ଏମ୍‌ବିଏ ଶିକ୍ଷାନୁଷ୍ଠାନରେ ନାମଲେଖାଇ ହେବ ବୋଲି ଏଆଇସିଟିଇର ମେମ୍ବର ସେକ୍ରେଟାରୀ ପ୍ରେଫେସର ରାଜୀବ କୁୂମାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେଣୁ ବିଭିନ୍ନ କାରଣରୁ ଓଜେଇି  ବା ମାଟ୍ ଭଳି ଅନ୍ୟ ପ୍ରବେଶିକା ପରୀକ୍ଷା ଦେଇ ପାରି ନଥିବା ଇଛୁକ ଛାତ୍ରଛାତ୍ରୀମାନେ ଗ୍ରାଜୁଏସନ୍ ମାର୍କ ଭିିତ୍ତିରେ ଏମ୍‌ବିଏ ପଢିବାର ସୁଯୋଗ ପାଇ ପାରିବେ ବୋଲି ଓମ୍‌କା (ଓଡ଼ିଶା ମ୍ୟାନେଜମେଣ୍ଟ କଲେଜ ଆସୋସିଏସନ୍‌)ର କାର୍ଯ୍ୟକାରୀ ସଭାପତି ଇଂ ସରୋଜ କୁମାର ସାହୁ କହିଛନ୍ତି । ଓଜେଇଇ କାଉନସେଲିଂ ପ୍ରକ୍ରିୟା ଶେଷ ହେବା ପରେ ଅବଶିଷ୍ଟ ସିଟ୍ ପୂରଣ ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ୟୁଜି ମାର୍କକୁ ଭିତ୍ତିିକରି ଏକ ମେଧାବୀ ତାଲିକା ପ୍ରସ୍ତୁତ କରିବେ । ତାହା ଓଜେଇଇ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରି ଏମ୍‌ବିଏ ପାଠ୍ୟକ୍ରମରେ ନାମ ଲେଖାଇବାର ସୁଯୋଗ ନେବାକୁ ଓମ୍‌କା ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ପ୍ରଥମଥର ଲାଗି ଏଆଇସିଟିଇ ଏବଂ ଓଜେଇଇର ଏଭଳି ପଦକ୍ଷେପ ସ୍ୱାଗତ ଯୋଗ୍ୟ ବୋଲି  ଓମ୍‌କାର କାର୍ଯ୍ୟକାରୀ ସଭାପତି ଇଂ ସାହୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking