37.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣ, ୪ ଆହତ

ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣ, ୪ ଆହତ

ଶ୍ରୀନଗର:  ଗଣତନ୍ତ୍ର ଦିବସର ଦିନକ ପୂର୍ବରୁ ମଙ୍ଗଳବାର ଶ୍ରୀନଗରର ହରି ସିଂହ ହାଇ ଷ୍ଟ୍ରିଟ୍ ଅଞ୍ଚଳରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଏକ ଗ୍ରେନେଡ୍‌ରେ ଆକ୍ରମଣ କରିଛନ୍ତି । ଏଥିରେ ଜଣେ ପୁଲିସ୍ କର୍ମଚାରୀ ଓ ଦୁଇଜଣ ମହିଳାଙ୍କ ସମେତ ୪ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ମଙ୍ଗଳବାର ଅପରାହ୍ଣ ସାଢ଼େ ତିନିଟା ବେଳେ ସୁରକ୍ଷାକର୍ତ୍ତୀଙ୍କ ଏକ ଦଳ ଗସ୍ତ କରୁଥିବା ବେଳେ ଆତଙ୍କବାଦୀମାନେ ଗ୍ରେନେଡ୍ ଆକ୍ରମଣ କରିଥିଲେ ଏବଂ ଗ୍ରେନେଡ୍‌ଟି ରାସ୍ତା କଡ଼ରେ ପଡ଼ି ବିସ୍ପୋରଣ ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ।

ଆହତମାନେ ହେଲେ ପୁଲିସ ଇନ୍ସପେକ୍ଟର ତନ୍‌ବୀର ହୁସେନ୍‌, ମହମ୍ମଦ ଶଫୀ, ତାଙ୍କ ପତ୍ନୀ ତନ୍‌ବୀରା, ଅନ୍ୟ ଜଣେ ମହିଳା ଅସ୍ମିତା । ସେମାନଙ୍କୁ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣେ ଅଧିକାରୀ କହିଛନ୍ତି । ସୁରକ୍ଷାକର୍ମୀ ଘଟଣାସ୍ଥଳକୁ ଘେରାଉ କରି ସଲାସୀ ଅଭିଯାନ ଆରମ୍ଭ କରିଦେଇଛନ୍ତି । ଗଣତନ୍ତ୍ର ଦିବସ ଉପଲକ୍ଷେ ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ହାଇ ଆଲର୍ଟରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking