30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଭ୍ୟାକ୍ସିନ୍ ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ମାମଲା, କେରଳ ହାଇକୋର୍ଟରେ ଆବେଦନ ଖାରଜ

ଭ୍ୟାକ୍ସିନ୍ ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ମାମଲା, କେରଳ ହାଇକୋର୍ଟରେ ଆବେଦନ ଖାରଜ

ତିରୁଅନନ୍ତପୁରମ:  କୋଭିଡ୍‌-୧୯ ଭ୍ୟାକ୍ସିନ୍ ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ ନେଇ ହୋଇଥିବା ଏକ ଆବେଦନକୁ କେରଳ ହାଇକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି । ଏହା ସହିତ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା କରିଛନ୍ତି । ମୁଖ୍ୟ ବିଚାରପତି ଏସ୍ ମଣିକୁମାର ଓ ବିଚାରପତି ଶାଜୀ ପି ଚାଲିଙ୍କ ଖଣ୍ଡପୀଠ କହିଛନ୍ତି, ଗୋଟିଏ ଫଟୋ ଏକ ବିଜ୍ଞାପନ ନୁହେଁ ଏବଂ ପ୍ରଧାନମନ୍ତ୍ରୀଙ୍କର ଦେଶକୁ ବାର୍ତ୍ତା ଦେବାର ଅଧିକାର ରହିଛି । ‘ପ୍ରଧାନମନ୍ତ୍ରୀଙ୍କ ଫଟୋ ବିଜ୍ଞାପନ ନୁହେଁ ଏବଂ ଭ୍ୟାକ୍ସିନ୍ ସାର୍ଟିଫିକେଟ୍ ମାଧ୍ୟମରେ ବାର୍ତ୍ତା ଦେବାର ଅଧିକାର ତାଙ୍କର ରହିଛି’ ବୋଲି ଜଣିକିଆ ଖଣ୍ଡପୀଠ ଦେଇଥିବା ଟିପ୍ପଣୀ ଉପରେ ମଧ୍ୟ କୋର୍ଟ ସହମତି ପ୍ରକାଶ କରିଛନ୍ତି ।

କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋର କୌଣସି ଉପଯୋଗିତା ନାହିଁ । ଏହା ସ୍ୱାଧୀନତା ଅଧିକାରର ଉଲ୍ଲଂଘନ ବୋଲି ଆର୍‌ଟିଆଇ କର୍ମକର୍ତ୍ତା ପିଟର ମାୟଲିପରମଫିଲ୍ ତାଙ୍କ ଆବେଦନରେ ଅଭିଯୋଗ କରିଥିଲେ । ସେହିପରି ସରକାରୀ ବାର୍ତ୍ତା ଓ ଅଭିଯାନରେ ସରକାରୀ ଧନର ଦୁରୁପଯୋଗ କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ । ଏକ ରାଜନୈତିକ ପାର୍ଟିର ନେତା ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏପରି କରିବା ଉଚିତ ନୁହେଁ । ଏହା ଦ୍ୱାରା ସ୍ୱାଧୀନ ମତାଦାନ ପ୍ରଭାବିତ ହେବ ବୋଲି ଆବେଦନରେ ଦର୍ଶାଯାଇଥିଲା । ମାତ୍ର ଖଣ୍ଡପୀଠ ଏହି ତର୍କକୁ ଖାରଜ କରିବା ସହ ଜଣେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ସେ କୌଣସି ନିର୍ଦ୍ଦିଷ୍ଟ ପାର୍ଟିର ନେତା ରହି ନଥାନ୍ତି, ବରଂ ଭାରତର ପ୍ରଧାନମନ୍ତ୍ରୀ ହୋଇଥାନ୍ତି ବୋଲି ଜଣିକିଆ ଖଣ୍ଡପୀଠଙ୍କ ଟିପ୍ପଣୀର ସମର୍ଥନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking