29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶ୩୮୪ ଜଣଙ୍କୁ ବୀରତା ପୁରସ୍କାର

୩୮୪ ଜଣଙ୍କୁ ବୀରତା ପୁରସ୍କାର

ନୂଆଦିଲ୍ଲୀ : ୭୩ତମ ଗଣତନ୍ତ୍ର ଦିବସ ଅବ୍ୟବହତି ପୂର୍ବରୁ ମଙ୍ଗଳବାର କେନ୍ଦ୍ର ସରକାର ସଶସ୍ତ୍ର ସେନା ବଳକୁ ପ୍ରଦାନ କରାଯାଉଥିବା ବୀରତା ପୁରସ୍କାରର ଘୋଷଣା କରିଛନ୍ତି । ଚଳିତ ଥର ୩୮୪ ଜଣ ଯବାନଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଏହା ମଧ୍ୟରେ ୧୨ ଶୌର୍ଯ୍ୟଚକ୍ର, ୨୯ ପରମ ବିଶିଷ୍ଟ ସେବା ମେଡାଲ୍‌, ୪ ଉତ୍ତମ ଯୁଦ୍ଧ ସେବା ମେଡାଲ୍‌, ୫୩ ଅତି ବିଶିଷ୍ଟ ସେବା ମେଡାଲ୍‌, ୧୩ ଯୁଦ୍ଧ ସେବା ମେଡାଲ୍ ସାମିଲ । ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ୍ ପାଇଁ ମନୋନୀତ କରାଯାଇଛି ।

ସେ ୪ ରାଜପୁତନା ରାଇଫଲ୍ସ ରେଜିମେଣ୍ଟରେ ସୁବେଦାର ଅଛନ୍ତି । ସେହିପରି ୨୦୨୧ ପାଇଁ ଜୀବନ ରକ୍ଷା ପଦକ ସିରିଜ୍‌ରେ ୫୧ ଜଣ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି ଏହା ମଧ୍ୟରୁ ୬ ଜଣଙ୍କୁ ସର୍ବୋତ୍ତମ ରକ୍ଷା ପଦକ, ୧୬ ଜଣଙ୍କୁ ଉତ୍ତମ ଜୀବନ ରକ୍ଷା ପଦକ ଏବଂ ୨୯ ଜଣଙ୍କୁ ଜୀବନ ରକ୍ଷା ପଦକ ପ୍ରଦାନ କରାଯିବ । ୫୧ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ମରଣୋପରାନ୍ତ ଏହି ପୁରସ୍କାର ପ୍ରଦାନ କରାଯିବ । ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ରକ୍ଷା କରିଥିବା ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ସନ୍ଧ୍ୟାରେ ୧୧୨ ବିଶିଷ୍ଟ ସେବା ମେଡାଲ୍‌, ୮୧ ସେନା ମେଡାଲ (ବୀରତା), ଦୁଇ ବାୟୁସେନା ମେଡାଲ୍‌, ୪୦ ସେନା ମେଡାଲ୍‌, (ଡ୍ୟୁଟି ପ୍ରତି ସମର୍ପଣ), ୮ ନୌସେନା ମେଡାଲ୍ (ଡ୍ୟୁଟି ପ୍ରତି ସମର୍ପଣ) ଓ ୧୪ ବାୟୁସେନା ମେଡାଲ୍ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking