28.1 C
Bhubaneswar
Saturday, April 27, 2024
Homeଓଡିଶାତାପମାତ୍ରା ହ୍ରାସ; ତଥାପି ଜଳୁଛି

ତାପମାତ୍ରା ହ୍ରାସ; ତଥାପି ଜଳୁଛି

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ତାପମାତ୍ରା ହ୍ରାସ ପାଇଥିଲେ ବି ଭୁବନେଶ୍ୱରରେ ଆଜି ତାପମାତ୍ରା ୩୯.୮ ଡିଗ୍ରୀ ରହିଥିବା ବେଳେ ଆଜି ବି ରାଜ୍ୟର ୧୫ ସହରରେ ତାପମାତ୍ରା ୪୦ ଉପରେ ରହିଛି । ୪୨.୦୭ ସହ ଅନୁଗୁଳ ଏବଂ ତାଳଚେର ଯୁଗ୍ମ ଭାବରେ ସର୍ବାଧିକ ଉତ୍ତପ୍ତ ସହର ହୋଇଛନ୍ତି । ବାରିପଦା, ଟିଟିଲାଗଡ ଏବଂ ପାରଳାଖେମୁଣ୍ଡିରେ ତାପମାତ୍ରା ୪୨.୨ ଡିଗ୍ରୀ ରହିଛି । ସେହିଭଳି ବୌଦ୍ଧ ଓ ମାଲକାନଗିରିରେ ୪୨, ନୟାଗଡ ୪୧.୦୭, ଭବାନୀପାଟଣା ୪୧.୬, ସୁନ୍ଦରଗଡ ୪୧.୫, ସମ୍ବଲପୁର ୪୧.୪, ସୋନପୁର ୪୦.୮, ହୀରାକୁଦ ୪୦.୭, ଝାରସୁଗୁଡା ୪୦.୬, ଫୁଲବାଣୀ ୪୦ ଓ କଟକରେ ତାପମାତ୍ରା ୩୯.୨ ଡିଗ୍ରୀ ରହିଛି ।
ସୂଚନାଯୋଗ୍ୟ, ଗତକାଲି ରାଜଧାନୀ ଭୁବନେଶ୍ୱର ୪୪.୨ ଡିଗ୍ରୀ ତାପମାତ୍ରା ସହ ସର୍ବାଧିକ ଉତ୍ତପ୍ତ ସହର ହୋଇଥିଲା । ଜନଜୀବନ ଠପ ହୋଇପଡୁଛି ତତଲା ଗ୍ରୀଷ୍ମପ୍ରବାହ ଓ ତାତି ପାଇଁ । ଦିନ ୧୨ଟା ବେଳରୁ ରାସ୍ତାଘାଟ ଶୂନଶାନ ହୋଇପଡୁଛି । ଆସନ୍ତା ତିନି ମାସରେ ବି ତାତି ବଢିବ ବୋଲି ପାଣିପାଗ ବିଭାଗ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking