36.1 C
Bhubaneswar
Thursday, May 2, 2024
Homeଓଡିଶାମୟୂରଭଞ୍ଜର ଚାରିଜଣ ଶ୍ରେଷ୍ଠ ପୋଲିସ ଅଧିକାରୀ “ଡିଜିପି ଡିସ୍କ ପୁରସ୍କାର”ରେ ହେବେ ସମ୍ମାନିତ

ମୟୂରଭଞ୍ଜର ଚାରିଜଣ ଶ୍ରେଷ୍ଠ ପୋଲିସ ଅଧିକାରୀ “ଡିଜିପି ଡିସ୍କ ପୁରସ୍କାର”ରେ ହେବେ ସମ୍ମାନିତ

ମୟୂରଭଞ୍ଜ- ୮୬ତମ ଓଡିଶା ପୋଲିସ ସ୍ଥାପନା ଦିବସରେ ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନର ୧୧୫ ଜଣ ପୋଲିସ କର୍ମଚାରୀଙ୍କୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ “ଡିଜିପି ଡିସ୍କ ପୁରସ୍କାର” ପ୍ରଦାନ ପାଇଁ ମନୋନୀତ କରାଯାଇଛି। ଏହା ଭୁବନେଶ୍ୱର ଡିଜି କାର୍ଯ୍ୟାଳୟ ଏବଂ କଟକ ଠାରେ ଆଜି ସମ୍ମାନିତ ହେବେ ସମସ୍ତ ପୋଲିସ ଅଧିକାରୀ। ପୋଲିସ ବିଭାଗର ରାଜ୍ୟ ସ୍ତରୀୟ ସର୍ବୋଚ୍ଚ ପୁରସ୍କାର ପାଇଁ ମୟୂରଭଞ୍ଜ ଜିଲ୍ଲାର ଚାରିଜଣ ପୋଲିସ କର୍ମଚାରୀ ନିଜ କ୍ଷେତ୍ରରେ ଲୋକମାନଙ୍କ ପାଇଁ ସର୍ବୋତ୍ତମ ସେବା ଯୋଗାଇଥିବାରୁ ଏକ୍ଷେତ୍ରରେ ସମ୍ମାନିତ ହେବେ। ବିଜ୍ଞପ୍ତି ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୦-୨୧ ବର୍ଷ ପାଇଁ ବରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି (ଡିସ୍କ ନଂ ୮୮୭/୨୧) ଏବଂ ରାସଗୋବିନ୍ଦପୁର ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକ (ଡିସ୍କ ନଂ ୮୮୮/୨୧) ଏବଂ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଯଶିପୁର ଥାନା ଅଧିକାରୀ ରଂଜନ କୁମାର ସେଠୀ ଏବଂ ଠାକୁରମୁଣ୍ଡା ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ନିରୋଜ କୁମାର ସାମଲ ମନୋନୀତ ହୋଇଛନ୍ତି। ଓଡିଶା ପୋଲିସର ମହାନିର୍ଦେଶକ ଶ୍ରୀ ଅଭୟ ସଂମାନିତ କରିବେ। ତେବେ ସମସ୍ତ ଅଧିକାରୀମାନେ ସମାଜ ପାଇଁ ସେମାନଙ୍କର ଦାୟିତ୍ବବଦ୍ଧତା ଓ ଉତ୍ତମସେବା କାର୍ଯ୍ୟ ପାଇଁ ଆଜି ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ଆଗାମୀ ଦିନରେ ଅଧିକ ସ୍ୱଚ୍ଛଳ ଭାବମୂର୍ତି ସହିତ ଅଧିକ କାର୍ଯ୍ୟ କରିବାର ପ୍ରେରଣା ଯୋଗାଇବ ବୋଲି ସମ୍ମାନିତ ହେବାକୁ ଥିବା ଅଧିକାରୀ ମାନେ ମତ ଦେଇଛନ୍ତି। ଏସମ୍ମାନ ପାଇଁ ମନୋନୀତ ହୋଇଥିବାରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପାରମାର ସ୍ମିତ ପୁରୁଷୋତ୍ତମ ଦାସ ଏବଂ ପୋଲିସ ମହାନିର୍ଦେଶକ ଶ୍ରୀ ଅଭୟଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking