27.8 C
Bhubaneswar
Friday, April 19, 2024
Homeଅପରାଧଘରୁ ଝୁଲନ୍ତା ଅବସ୍ଥାରେ ବିବାହିତ ଯୁବତୀଙ୍କ ମୃତ ଦେହ ଉଦ୍ଧାର

ଘରୁ ଝୁଲନ୍ତା ଅବସ୍ଥାରେ ବିବାହିତ ଯୁବତୀଙ୍କ ମୃତ ଦେହ ଉଦ୍ଧାର

ରାୟଗଡ଼ା:  ଘରୁ ଝୁଲନ୍ତା ଅବସ୍ଥାରେ ବିବାହିତ ଯୁବତୀଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।ପୋଲିସର ତଦନ୍ତ ଆରମ୍ଭ l

ରାୟଗଡା ଜିଲ୍ଲା ଗୁଣୁପୁର ବ୍ଳକ ଲିମାମେଡା ଗ୍ରାମରୁ ଜଣେ ବିବାହିତ ଯୁବତୀଙ୍କ ମୃତଦେହ କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ଗୁଣୁପୁର ପୁଲିସ । ମୃତ ମହିଳା ଜଣକ ହେଉଛନ୍ତି ରମାନଗୁଡା ଅଞ୍ଚଳର ମଞ୍ଜୁ ହାରକା । ସୂଚନା ଅନୁଯାୟୀ ମଞ୍ଜୁ ଙ୍କ ସ୍ୱାମୀ ସନ୍ତୋଷ ବେହେରା ଜଣେ ଚାଳକ ହୋଇଥିବା ବେଳେ ସେ ଲିମାମେଡା ଗ୍ରାମର ଏକ ଘରୋଇ ଗାଡ଼ିରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ରୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ଲିମାମେଡା ଗ୍ରାମରେ ଭଡା ଘରେ ରହୁଥିଲେ । ଗତକାଲି ରାତିରେ ସନ୍ତୋଷ କାମ ସାରି ଘରକୁ ଫେରି ଦେଖିବା ବେଳକୁ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଥିବା ନେଇ ଥାନା ରେ ଜଣାଇଥିଲେ । ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତ ପରିବାର ଲୋକ ଙ୍କ ଏତଲା ଆଧାରରେ ତଦନ୍ତ ଜାରୀ ରଖିଛନ୍ତି । ଶବ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ମୃତ ମହିଳା ଙ୍କ ସ୍ୱାମୀ ସନ୍ତୋଷ ବେହେରା ଙ୍କୁ ଅଟକ ରଖି ପଚରାଉଚରା ଜାରୀ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking