31.1 C
Bhubaneswar
Tuesday, May 7, 2024
Homeଓଡିଶାସୁଶୀଳ କୁମାର ଲୋହନୀଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପଦବୀରୁ ହଟାଯାଉ:ବିଜେପି

ସୁଶୀଳ କୁମାର ଲୋହନୀଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପଦବୀରୁ ହଟାଯାଉ:ବିଜେପି

ଭୁବନେଶ୍ୱର : ସୁଶୀଳ କୁମାର ଲୋହନୀ ଏବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ଏହା
ସହ ଶ୍ରୀ ଲୋହାନୀ ବର୍ତମାନ ରାଜ୍ୟ ଅବକାରୀ ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି । ଏଭଳି ସ୍ଥିତିରେ ସେ କିପରି ଅବାଧ ନିରପେକ୍ଷ
ନିର୍ବାଚନ କରାଇ ପାରିବେ ବୋଲି ବିଜେପି ପ୍ରଶ୍ନ କରିଛି । ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟ ସରକାରଙ୍କ ଠାରୁ ସ୍ୱତନ୍ତ୍ର ହେବା ଦରକାର । ହେଲେ
ସେ ଯେହେତୁ ରାଜ୍ୟର ଅବକାରୀ ସଚିବ ଅଛନ୍ତି ଏଥିରେ ସ୍ପଷ୍ଟ ଭାବରେ ‘କନଫ୍ଲିକ୍ଟ ଅଫ ଇନଟ୍ରେଷ୍ଟ’ ଜଣାପଡୁଛି । ତେଣୁ ତାଙ୍କୁ ତୁରନ୍ତ ଯେ
କୌଣସି ଗୋଟିଏ ଦାୟୀତ୍ୱରୁ ମୁକ୍ତ କରାଯାଉ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । ପିପିଲି
ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ଶ୍ରୀ ଲୋହନୀଙ୍କୁ ରାଜ୍ୟ ମୁଖ ନିର୍ବାଚନ ଅଧିକାରୀ ପଦବୀରୁ ହଟାଇବା ଦାବିରେ
ଜାତୀୟ ନିର୍ବାଚନ ଆୟୋଗଙ୍କୁ ବିଜେପି ପ୍ରତିନିଧୀ ଦଳ ଏକ ସ୍ମାରକ ପତ୍ର ପ୍ରଦାନ କରିଛି ।
ବର୍ତମାନ ରାଜ୍ୟ ସରକାର ରାଜ୍ୟରେ ମଦ ଦୋକାନଗୁଡିକୁ ନିଲାମ ବଦଳରେ ଲଟେରୀ ମାଧ୍ୟମରେ ବିତରଣ କରାଯିବା ନେଇ ନିଷ୍ପତି
ନେଇଛନ୍ତି । ଏହା ପଛରେ ଅବକାରୀ ସଚିବ ସୁଶୀଳ କୁମାର ଲୋହାନୀଙ୍କ ମୁଖ୍ୟ ଭୂମିକା ରହିଛି । ଆଗାମୀ ପିପିଲି ଉପନିର୍ବାଚନରେ ସେ ଶାସକ
ବିଜେଡି ପାଇଁ କାର୍ଯ୍ୟ କରିବେ । ଏଥିରେ କୌଣସି ସନ୍ଦେହ ନାହିଁ । ପୂର୍ବରୁ ପୋଲିସ ପ୍ରଶାସନ, ପ୍ରଶାସନିକ ଅଧିକାରୀମାନେ ଶାସକ ଦଳ ଚାପରେ
ନିର୍ବାଚନକୁ ପ୍ରଭାବିତ କରିବା ଭଳି କାର୍ଯ୍ୟ କରିଆସୁଛନ୍ତି । ଶ୍ରୀ ଲୋହୋନୀ ଅବକାରୀ ସଚିବ ଭାବେ ପିପିଲି ଉପନିର୍ବାଚନରେ ମଦର ବନ୍ୟା
କରାଇବେ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ଫ୍ଲାଇଙ୍ଗ ସ୍କାର୍ଡ ଓ ପୁଲିସ ପ୍ରଶାସନକୁ ଶାସକ ଦଳ ସପକ୍ଷରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ
ଦେବେ ବୋଲି ଡ.ସାମନ୍ତସିଂହାର କହିଛନ୍ତି ।
ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବେଆଇନ ଭାବେ ମଦ ବାଂଟିବା, ମାଗଣା ଖାଦ୍ୟ, ଟଙ୍କା ବାଂଟି ନିର୍ବାଚନକୁ ନିଜ ସପକ୍ଷକୁ କରିବା
ବିଜେଡିର ରକ୍ତରେ ରହିଛି । ଏବେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବରିଷ୍ଠ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବିଭାଗ
ଅଧୀନରେ ଥିବା ଅବକାରୀ ବିଭାଗର ସଚିବ କିପରି ବିଜେଡିର ବରିଷ୍ଠ ନେତାମାନଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣବିଧି ଉଲ୍ଲଘଂନ ନେଇ
କାର୍ଯ୍ୟାନୁଷ୍ଠାନ ନେବେ ବୋଲି ବିଜେପି ପ୍ରଶ୍ନ କରିଛି । ଏହାକୁ ଦୃଷ୍ଟିରେ ରଖି ଆଗାମୀ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ଶ୍ରୀ
ଲୋହନୀଙ୍କୁ ରାଜ୍ୟ ମୁଖ ନିର୍ବାଚନ ଅଧିକାରୀ ପଦବୀରୁ ହଟାଇ ଜଣେ ନିରପେକ୍ଷ ଅଫିସରଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟୀତ୍ୱ ଦିଆଯାଉ
ବୋଲି ଡ.ସାମନ୍ତସିଂହାର ଦାବି କରିଛନ୍ତି । ଏହି ପ୍ରତିନିଧୀ ଦଳରେ ଲିଗାଲ୍ କୋଡିନେଟର ଜୟନ୍ତ ଜେନା ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking