31.1 C
Bhubaneswar
Sunday, May 19, 2024
Homeଓଡିଶାହରପ୍ରସାଦ ସରକାରୀ ହାଇସ୍କୁଲ ହିନ୍ଦୀ ଶିକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ହରପ୍ରସାଦ ସରକାରୀ ହାଇସ୍କୁଲ ହିନ୍ଦୀ ଶିକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

 

ମୟୂରଭଞ୍ଜ-ମୋରଡା ବ୍ଲକ ଅଧିନ ହରପ୍ରସାଦ ସରକାରୀ ହାଇସ୍କୁଲ ପରିସରରେ ବରିଷ୍ଠ ହିନ୍ଦୀ ଶିକ୍ଷକ ଉଗ୍ରେଶ୍ୱର ମହାନ୍ତ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ବଟକୃଷ୍ଣ ମହାନ୍ତଙ୍କୁ ଅବସର ଉଦ୍ଧେଶ୍ୟରେ ଆଜି ଏକ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉଭୟ ଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଥମେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ଉକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ ତନୁଜା ମିଶ୍ର । ପ୍ରଧାନଶିକ୍ଷକ ନୂତନ କୁମାର ସେଠୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ସେଠୀ, ଅନ୍ୟ ଅତିଥି ପ୍ରତିଷ୍ଠାତା ତଥା ସଂପାଦକ ଦେବେନ୍ଦ୍ର ନାଥ ମହାନ୍ତ, ପୂର୍ବତନ ସଂପାଦକ ଗୈ।ରହରି ମହାନ୍ତ,ପୂର୍ବତନ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଯୋଗେନ୍ଦ୍ର ମହାନ୍ତ ଓ ସମସ୍ତ ଅବସର ପ୍ରାପ୍ତ ଶିକ୍ଷକ ଜଳେନ୍ଧର ମହାନ୍ତ, ପୂର୍ଣ୍ଣଚନ୍ଦ୍ର ଧରମହାପାତ୍ର, ପ୍ରଦୀପ ଚନ୍ଦ୍ର ମହାନ୍ତ, ବଂଶଧର ପାଣିଗ୍ରାହୀ, ରମେଶ ଚନ୍ଦ୍ର ଦାଶ ତଥା ପରିଚାଳନା କମିଟି ସଦସ୍ୟ ପ୍ରମୁଖ ବିଦାୟୀ ଶିକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କୁ କର୍ମମୟ ଜୀବନ ସମ୍ବନ୍ଧରେ ଗୁଣଗାନ କରିଥିଲେ । ଅବସରପ୍ରାପ୍ତ କର୍ମଚାରୀ ଙ୍କୁ ଶାଲ୍,ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ଭକ୍ତି ସଙ୍ଗୀତ ଗାନ କରି ସମ୍ବର୍ଦ୍ଧନା ଜଣାଇଥିଲେ । ତେବେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ରଶ୍ମିତା ସାମଲ,ସ୍ୱରୂପ କୁମାର ଗିରି,ମନ୍ଦାକିନୀ ମହାନ୍ତ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ। ଶେଷରେ କାର୍ତ୍ତିକ ଚନ୍ଦ୍ର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking