28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଭାରତରେ ଏହି ହ୍ରଦ ଭିତରେ ଲୁଚି ରହିଛି ପ୍ରଚୁର ପରିମାଣରେ ସୁନା, ହେଲେ କଢ଼ାଯାଇ ପାରିବନି

ଭାରତରେ ଏହି ହ୍ରଦ ଭିତରେ ଲୁଚି ରହିଛି ପ୍ରଚୁର ପରିମାଣରେ ସୁନା, ହେଲେ କଢ଼ାଯାଇ ପାରିବନି

ନୂଆଦିଲ୍ଲୀ : ଆମ ଦେଶ ଭାରତ ନିଜର ସଂସ୍କୃତି ଓ ପରମ୍ପରା ପାଇଁ ଖୁବ୍ ଜଣାଶୁଣା। ପୁଣି ଏମିତି ଦିନ ଥିଲା ଆମ ଭାରତ ସବୁଠୁ ଧନୀ ଦେଶରେ ଗଣା ଯାଉଥିଲା। କିନ୍ତୁ ମୋଗଲ ସାମ୍ରାଜ୍ୟର ଆକ୍ରମଣ ଓ ଇଂରେଜ ସରକାରଙ୍କ ଆକ୍ରମଣ ପରେ ଭାରତରୁ ସୁନା ହୀରା ସହିତ ଅନେକ ଜିନିଷ ଲୁଣ୍ଠନ କରିଛନ୍ତି। ଏହା ପରେ ଏବେ ବି ଭାରତର ଅନେକ ସ୍ଥାନରେ ଲୁକାଇତ ଅବସ୍ଥାରେ ରହିଛି ସୁନା ଖଣି। ଯେମିତିକି ବିହାରରେ ମଧ୍ୟ କିଛି ଦିନ ପୂର୍ବରୁ ଏକ ବଡ଼ ସୁନା ଖଣି ରହିଥିବା ଜଣା ପଡିଥିଲା।

ତେବେ ବର୍ତ୍ତମାନ ମଧ୍ୟ ଭାରତରେ ଏମିତି ଏକ ହ୍ରଦ ଥିବା ଜଣା ପଡିଛି ଯେଉଁଠି ରହିଛି ଅଧିକ ପରିମାଣରେ ସୁନା। ହୁଏତ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ସୁନା ଖଣି ରହିଛି ଏକ ହ୍ରଦ ଭିତରେ। କୁହାଯାଏ ଯେ ହିମାଳୟ ପ୍ରଦେଶର କମୃନାଗ୍ ହ୍ରଦ ଭିତରେ ଲୁଚି ରହିଛି ପ୍ରଚୁର ପରିମାଣରେ ସୁନା ଗହଣା। କମୃନାଗ୍ ହ୍ରଦ ହିମାଳୟ ପ୍ରଦେଶରେ ଥିବା ମଣ୍ଡି ଜିଲ୍ଲା ଠାରୁ ପାଖା ପାଖି ୫୧ କିଲୋମିଟର୍ ଦୂରରେ କରସୋଗ ଘାଟିରେ ରହିଛି।

କୁହାଯାଉଛି ଏହି କମୃନାଗ୍ ହ୍ରଦ ଭିତରେ ଏତେ ମାତ୍ରାରେ ସୁନା ଗହଣା ଠାରୁ ଆରମ୍ଭ କରି ରୂପା ଜିନିଷ ରହିଛି ଯେ ତାହାର ତୁଳନା କାହା ସହ କରାଯାଇ ପାରିବନି। ଏଠାରେ ଅଧିକ ମାତ୍ରାରେ ରହିଛି ମୂଲ୍ୟବାନ ପଦାର୍ଥ। ଅନେକ ସମୟରୁ ଲୋକ ସୁନା ଚାନ୍ଦିରେ ତିଆରି ପ୍ରତିମାକୁ ଏହି ସ୍ଥାନରେ ଅର୍ପଣ କରିଆସୁଛନ୍ତି। ଏମିତିକି ଏହି ହ୍ରଦରୁ ଚୋରମାନେ ମଧ୍ୟ ଅନେକ ଥର ସୁନା ରୂପା ଚୋରି କରିବା ପାଇଁ ପ୍ରୟାସ କରିଛନ୍ତି କିନ୍ତୁ ବାରମ୍ବାର ଅସଫଳ ହୋଇଛନ୍ତି। ଲୋକ ବିଶ୍ଵାସ କରନ୍ତି ଯେ ଏହି ହ୍ରଦରେ ଯେତେ ପ୍ରକାର ସୁନା ରୂପା ଗହଣା ସବୁ ରହିଛି ସେଗୁଡ଼ିକର ରକ୍ଷା କରନ୍ତି ସ୍ଵୟଂ କମୃନାଗ୍ ଦେବତା। ଏମିତିକି ବେଳେ ବେଳେ ଏହି ହ୍ରଦର କୂଳରେ ମଧ୍ୟ କୌଣସି ସୁନା ଗହଣା ଦେଖାଗଲେ ସେଗୁଡିକୁ କେହି ଆଣିବା ପାଇଁ ସାହାସ ମଧ୍ୟ କରନ୍ତି ନାହିଁ। ଏହି ହ୍ରଦକୁ ସ୍ଥାନୀୟ ଲୋକ ପୂଜା ମଧ୍ୟ କରନ୍ତି। ପୂଜା କରିବା ସମୟରେ ସୁନା ପ୍ରାପ୍ତି କରିବାର ସୁଯୋଗ ମଧ୍ୟ ଅନେକ ଲୋକ ହାସଲ କରନ୍ତି। ଯାହାକୁ ଆଶୀର୍ବାଦ ବୋଲି କୁହାଯାଏ। କିନ୍ତୁ ଏଠାରୁ କେହି ଚୋରି କରିବା ଅସମ୍ଭବ। ଏହି ହ୍ରଦର ସମ୍ପର୍କ ମହାଭାରତ ସହ ରହିଛି ବୋଲି କୁହାଯାଏ। ସେ ଯୁଗର ସୁନା ମଧ୍ୟ ଏହି ହ୍ରଦରେ ସବୁ ରହିଛି ବୋଲି ବିଶ୍ଵାସ କରାଯାଏ। ତେବେ ହୁଏତ ଆମ ଦେଶ ଭାରତରେ ଅନେକ ସୁନା ଖଣି ଲୁଚି ରହିଛି ଯାହାକୁ କେହି ଜାଣି ନାହାଁନ୍ତି। ଯଦି ଏଗୁଡ଼ିକୁ ଖୋଜାଯିବ ଓ ଏହାର ସଦୁପଯୋଗ କରାଯିବ ହୁଏତ ଭାରତ ପରି ଦେଶ ପୁଣି ଥରେ ବିଶ୍ବରେ ଧନୀ ରାଷ୍ଟ୍ର ରୂପେ ମୁଣ୍ଡ ଟେକି ଛିଡ଼ା ହେବ। ଦେଶର ଆର୍ଥିକ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇ ପାରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking