27.1 C
Bhubaneswar
Tuesday, May 7, 2024
Homeଖେଳୱେଷ୍ଟଇଣ୍ଡିଜରେ ଇତିହାସ ରିଚଲେ ପାଣ୍ଡ୍ୟା, ଟି-୨୦ରେ ୫୦୦ ରନ୍‌ ସହ ୫୦ ଓ୍ଵିକେଟ ନେଇଥିବା ପ୍ରଥମ...

ୱେଷ୍ଟଇଣ୍ଡିଜରେ ଇତିହାସ ରିଚଲେ ପାଣ୍ଡ୍ୟା, ଟି-୨୦ରେ ୫୦୦ ରନ୍‌ ସହ ୫୦ ଓ୍ଵିକେଟ ନେଇଥିବା ପ୍ରଥମ ଭାରତୀୟ ଖେଳାଳି

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ବିସ୍ଫୋରକ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୱେଷ୍ଟଇଣ୍ଡିଜ୍ରେ ଇତିହାସ ରଚିଛନ୍ତି । ଟି-୨୦ କ୍ରିକେଟରେ ପ୍ରଥମ ଭାରତୀୟ ଭାବେ ବିରଳ ରେକର୍ଡ ହାସଲ କରିଛନ୍ତି ହାର୍ଦ୍ଦିକ । ଟି-୨୦ରେ ୫୦୦ ରନ୍ ସହ ୫୦ ଓ୍ଵିକେଟ ନେଇଛନ୍ତି । ଗତକାଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟି-୨୦ରେ ବ୍ରାନଡନ କିଙ୍ଗଙ୍କ ଓ୍ଵିକେଟ ନେଇ ନୂଆ ରେକର୍ଡ ସହ ଯୋଡି ହୋଇଛନ୍ତି । ୫୦୦ ରନ୍ ସହ ୫୦ ଓ୍ଵିକେଟ ନେବାରେ ପାଣ୍ଡ୍ୟା ହେଉଛନ୍ତି ବିଶ୍ୱର ୯ମ ଖେଳାଳି । ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟରେ ଭାରତ ପାଇଁ ୫୦ ତମ ଓ୍ଵିକେଟ ନେଇଥିବା ୬ନଂ ବୋଲର। ଏହା ପୂର୍ବରୁ ଟି-୨୦ କ୍ରିକେଟରେ ପାଣ୍ଡ୍ୟାଙ୍କ ବ୍ୟତୀତ ଯୁଜୁବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ବୁମରା, ଆର ଅଶ୍ୱିନ ଓ ରବିନ୍ଦ୍ର ଜାଡେଜା ୫୦ ଓ୍ଵିକେଟ ନେଇଛନ୍ତି ।

ପାଣ୍ଡ୍ୟାଙ୍କୁ ଟି-୨୦ ବିଶ୍ୱକପ ୨୦୨୧ ପରେ ଟିମର ବାଦ୍‌ ପଡିଥିଲେ। କିନ୍ତୁ ଏଥର ଟିମର ନଂ ୧ ଖେଳାଳି ଭାବେ ନିଜକୁ ପ୍ରଦର୍ଶନ କରିଛନ୍ତି। ଟିମ୍‌ ଇଣ୍ଡିଆ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଏଯାଏଁ ୬୬ ଟି-୨୦ ମ୍ୟାଚରେ ୮୦୬ ରନ୍‌ କରିଥିବା ବେଳେ ୫୦ ଟି ଓ୍ଵିକେଟ ନେଇଛନ୍ତି। ଏହାଛଡା ୬୬ଟି ଦିନିକିଆ ମ୍ୟାଚରେ ୧୩୮୬ ରନ୍‌ କରି ୬୩ ଓ୍ଵିକେଟ ନେଇଛନ୍ତି। ୧୧ଟି ଟେଷ୍ଟ ମ୍ୟାଚ ଖେଳି ୫୩୨ ରନ୍‌ ସହିତ ୧୭ଟି ଓ୍ଵିକେଟ ନେଇଛନ୍ତି ପାଣ୍ଡ୍ୟା। ଗତକାଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚକୁ ୭ ଓ୍ଵିକେଟରେ ଜିତିଛି ଟିମ୍‌ ଇଣ୍ଡିଆ। ୫ଟିକିଆ ସିରିଜରେ ଭାରତ ଏବେ ୨-୧ରେ ଆଗୁଆ ରହିଛି। ବାକି ରହିଥିବା ମ୍ୟାଚ୍ ଜିତି ସିରିଜକୁ ନିଜ ନାଁରେ କରିବାକୁ ଟାର୍ଗେଟ ରଖିଛି ରୋହିତ ବାହିନୀ।

ସୂର୍ଯ୍ୟକୁମାର ଯାଦବଙ୍କ  ଅର୍ଦ୍ଧଶତକ ବଳରେ ଭାରତ ମଙ୍ଗଳବାର ଅନୁଷ୍ଠିତ ତୃତୀୟ ଟି-ଟ୍ୱେଣ୍ଟିରେ ଘରୋଇ ୱେଷ୍ଟ ଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟ ଇଣ୍ଡିଜ୍ ୫ ୱିକେଟ୍ ହରାଇ ୧୬୪ ରନ୍ ସଂଗ୍ରହ କରିଥିଲା । ଜବାବରେ ଭାରତ ୧୬୫ ରନ୍ ଟାର୍ଗେଟର ପିଛା କରି ୧୯ ଓଭରରେ ୩ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଛି । ଟିମ୍ ଇଣ୍ଡିଆ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବ୍ୟକ୍ତିଗତ ଭାବେ ୭୬ ରନ୍ ସ୍କୋର କରିଥିଲେ। ସୂର୍ଯ୍ୟକୁମାର ୪୪ଟି ବଲ ଖେଳି ୮ଟି ଚୌକା ଓ ୪ଟି ଛକା ମାରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking