30.1 C
Bhubaneswar
Friday, April 26, 2024
Homeଅପରାଧଚଳନ୍ତା ବସ୍‌ରେ ଯୁବତୀଙ୍କ ସହ ଦୁଷ୍କର୍ମ

ଚଳନ୍ତା ବସ୍‌ରେ ଯୁବତୀଙ୍କ ସହ ଦୁଷ୍କର୍ମ

ୱାଶିମ: ମହାରାଷ୍ଟ୍ରର ୱାଶିମ ଜିଲ୍ଲାରେ ଦୁଷ୍କର୍ମର ଏକ କୁତ୍ସିତ କର୍ମ ଲୋକଲୋଚନକୁ ଆସିଛି, ଯାହାକି ଦିଲ୍ଲୀର ଚର୍ଚ୍ଚିତ ନିର୍ଭୟା କାଣ୍ଡକୁ ମନେପକାଇ ଦେଇଛି । ଏଠାରେ ସଡ଼କରେ ଯାଉଥିବା ବିଳାସମୟ ବସରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଅଭିଯୁକ୍ତ ଯୁବତୀଙ୍କ ସହିତ ୨ ଥର ଦୁଷ୍କର୍ମ କରିଛି । ଏଥି ସହିତ ହତ୍ୟା ଧମକ ଦେଇ ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ପୀଡିତ ଯୁବତୀ ଘଟଣା ନେଇ ପୁଣେର ରାଜନଗାଓ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି । ପୁଣେ ପୋଲିସ ମାମଲା ରୁଜୁ କରି ଘଟଣାସ୍ଥଳ ଜନପଦ ୱାଶିମର ମାଲେଗାଓ ପୋଲିସକୁ ପଠାଇ ଦେଇଛି । ପୋଲିସ ଏଠାରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୁକ୍ତକୁ ଖୋଜୁଛି ।

୨୪ ବର୍ଷୀୟ ପୀଡ଼ିତା ପୋଲିସକୁ କହିଛନ୍ତି ଯେ, ଏକ ଘରୋଇ ସ୍ଲିପର କୋଚ ବସରେ ସେ ନାଗପୁର ଯାତ୍ରା କରୁଥିଲେ ।  ଏହି ସମୟରେ ବସର ଜଣେ କର୍ମଚାରୀ ତାଙ୍କୁ ୫ ନମ୍ବର ସିଟରୁ ୧୫ ନମ୍ବର ସିଟରେ ଯାଇ ବସିବାକୁ କହିଥିଲା । ଯୁବତୀ ଜଣକ ସିଟ ପରିବର୍ତ୍ତନ କରିବା ପରେ ବସ କର୍ମଚାରୀ ସେଠାରେ ପହଂଚିଲା । ଏଥି ସହିତ ସେ ୨ ଥର ଦୁଷ୍କର୍ମ କରିଥିଲା । ଯୁବତୀ ଜଣକ ପୁଣେସ୍ଥିତ ଏକ କଂପାନୀରେ କାମ କରନ୍ତି । ଯୁବତୀଙ୍କ ମେଡିକାଲ ପରୀକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking