29.1 C
Bhubaneswar
Thursday, May 2, 2024
Homeଓଡିଶାଜାଲରେ ପଡିଲେ ମହିଳା ଏଏସଆଇ

ଜାଲରେ ପଡିଲେ ମହିଳା ଏଏସଆଇ

ଭୁବନେଶ୍ୱର: ଆଜିକାଲି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନେକ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡୁଥିବା ବେଳେ ମାମଲା କମିବା ବଦଳରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ମହିଳା ପୋଲିସ ଏଏସଆଇ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ତାଙ୍କୁ ଧରିପକାଇଛି ଭିଜିଲାନ୍ସ ।

ସୂଚନା ଅନୁସାରେ, ଖୋର୍ଦ୍ଧା ବାଲିପାଟଣା ଥାନା ଏଏସଆଇ ପୁଷ୍ପଲତା ପାଇକରାୟ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୨୦୨୦ର ଏକ ମାମଲାରେ କଡ଼ା ଦଫା ଯୋଡ଼ିବାକୁ ସେ ଲାଞ୍ଚ ନେଉଥିବା ଜଣାପଡିଛି । ଭିଜିଲାନ୍ସ ହାତରେ ଧରାପଡିବା ପରେ ଏବେ ତଦନ୍ତ ଜୋରସୋରରେ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking