29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗ୧ କ୍ୱିଣ୍ଟାଲ ନକଲି ପନିର ଜବତ

୧ କ୍ୱିଣ୍ଟାଲ ନକଲି ପନିର ଜବତ

ଭୁବନେଶ୍ୱର,(ଓଏନଏ): କଟକରୁ ୧ କ୍ୱିଣ୍ଟାଲରୁ ଅଧିକ ସିନ୍ଥେଟିକ ନକଲି ପନିର ଜବତ କରାଯାଇଛି । ଏନେଇ ଖବର ମିଳିବା ପରେ ଚାଉଳିଆଗଂଜ ପୁଲିସ ଓ ସିଏମସି ଚଢାଉ କରିଛି । କୋଲକାତାରୁ ବସରେ ଚାଲାଣ ବେଳେ ଚାଉଳିଆଗଂଜରୁ ଏହା ଜବତ ହୋଇଛି । କହିବାକୁ ଗଲେ ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିର ହବ୍‌ ପାଲଟିଛି କଟକ । ନକଲି ତେଲ, ଘିଅ, ହଳଦି ଗୁଣ୍ଡ, ଟମାଟୋ ସସ୍ , ସୋୟା ବଡି ଆଦି ଜବତ ହୋଇଥିବା ବେଳେ ଏବେ ପୁଣି ନକଲି ପନିର ଜବତ ହୋଇଛି । ମିଳିଥିବା ସୂଚନା ମୁତାବକ , ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି ଚାଉଳିଆଗଞ୍ଜ ଥାନା ପୁଲିସ । କୋଲକାତାରୁ ଏହି ଅପମିଶ୍ରିତ ପନିର ଆଣି  କଟକ ଏବଂ ଏହାର ଆଖପାଖ ଅଞ୍ଚଳରେ ବିକ୍ରି କରାଯାଉଥିବା ଜଣା ପଡିଛି । କେତେ ଦିନ ହେବ ଏଭଳି ପନିରରୁ ବଜାରରେ ଛଡାଯାଉଥିଲା ଏବଂ ଏଥିରେ କେଉଁମାନେ ସାମିଲ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଜାରି ରହିଛି। ଏହି ଘଟଣାରେ ଏକ ବଡ଼ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଥିବା ବେଳେ ଅନ୍ୟ ଅପରାଧୀଙ୍କ ବିଷୟରେ ତଥ୍ୟ ହାସଲ ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking