29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗବ୍ରିଟେନରୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଜାନୁଆରୀ ୭ ପର୍ଯ୍ୟନ୍ତ ବୃଦ୍ଧି

ବ୍ରିଟେନରୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଜାନୁଆରୀ ୭ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ : କରୋନାଭାଇରସର ନୂତନ ବ୍ରିଟେନର ଷ୍ଟ୍ରେନ୍ ଯୋଗୁଁ କେନ୍ଦ୍ର ସରକାର ବ୍ରିଟେନରୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକକୁ ୭ ଜାନୁୟାରୀ ପର‌୍ୟ୍ୟନ୍ତ ବୃଦ୍ଧି କରିଛନ୍ତି।  ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ସିଂ ପୁରୀ କହିଛନ୍ତି ଯେ, ୭ ଜାନୁୟାରୀ ୨୦୨୧ ସୁଦ୍ଧା ବ୍ରିଟେନ ଏବଂ ବିମାନବନ୍ଦରକୁ ସମସ୍ତ ପ୍ରକାରର ବିମାନର ସାମୟିକ ସ୍ଥଗିତାଦେଶ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ସିଂ ପୁରୀ ଟୁଇଟ୍ କରି କହିଛନ୍ତି ଯେ, ୭ ଜାନୁୟାରୀ ୨୦୨୧ ସୁଦ୍ଧା ବ୍ରିଟେନରୁ ବିମାନ ଉଡ଼ାଣର ସାମୟିକ ସ୍ଥଗିତାଦେଶ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ବ୍ରିଟେନରେ କରୋନା ଜୀବାଣୁର ଏକ ନୂତନ ପ୍ରକାର ଆରମ୍ଭ ହେବା ଦିନଠାରୁ ବିଶ୍ୱ ର ବିଭିନ୍ନ ଦେଶରେ ଆଲୋଡ଼ନ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଡିସେମ୍ବର ୨୧ ରୁ ମଧ୍ୟରାତ୍ରରୁ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନକୁ ଭାରତ ନିଷିଦ୍ଧ କରିଥିଲା। ଏଥିସହ ଦେଶରୁ ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ମଧ୍ୟ ବାରଣ କରାଯାଇଥିଲା । କେନ୍ଦ୍ର ସରକାର ବର୍ତ୍ତମାନ ଏହାକୁ ଜାନୁଆରୀ ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଭାରତ ବ୍ୟତୀତ ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡ ସମେତ ଅନେକ ୟୁରୋପୀୟ ଦେଶ ମଧ୍ୟ ବ୍ରିଟେନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବ୍ରିଟେନର କରୋନା ଷ୍ଟ୍ରେନରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦେଶରେ ୨୦ କୁ ବୃଦ୍ଧି ପାଇଛି । ମଙ୍ଗଳବାର ପର୍ଯ୍ୟନ୍ତ ଏହି ସଂଖ୍ୟା ମାତ୍ର ୬ ଥିଲା। ଏପର୍ଯ୍ୟନ୍ତ ସମୁଦାୟ ୧୦୭ ନମୁନା ରିପୋର୍ଟ କରାଯାଇଛି, ସେଥିମଧ୍ୟରୁ ୨୦ ଟି ବ୍ରିଟେନର ଷ୍ଟ୍ରେନ୍ ଦ୍ୱାରା ସଂକ୍ରମିତ ହୋଇଛି। ଏନସିଡିସି ଦିଲ୍ଲୀର ଲ୍ୟାବରେ ୨୦ ଟି ପଜିଟିଭ ମାମଲା ମଧ୍ୟରୁ ସର୍ବାଧିକ ୮ ଟି ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking