32.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗୱାନ୍ ନେସନ, ୱାନ୍ ଇଲେକ୍ସନ ଜରୁରୀ

ୱାନ୍ ନେସନ, ୱାନ୍ ଇଲେକ୍ସନ ଜରୁରୀ

ଭୁବନେଶ୍ୱର, (ଓଏନଏ): ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ୱାନ୍ ନେସନ, ୱାନ୍ ଇଲେକ୍ସନ ପ୍ରସଙ୍ଗରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ସାରା ଦେଶରେ ଆଲୋଚନା କରାଯାଇଛି । ବିନୟ ସହସ୍ରବୁଦ୍ଧେ ଓ ସମ୍ବିତ ପାତ୍ର ଆଲୋଚନାରେ ଉତ୍ତର ରଖିଛନ୍ତି । ଏକ ରାଷ୍ଟ୍ର, ଏକ ନିର୍ବାଚନ ପାଇଁ ଲୋକଙ୍କ ସହମତି ଆହ୍ୱାନ କରାଯାଉଛି । ୧୯୫୨ରୁ ୬୭ ଯାଏ ଏକାଠି ଲୋକସଭା, ବିଧାନସଭା ନିର୍ବାଚନ ହେଉଥିଲା । ୧୯୬୭ ପରେ ତତ୍କାଳୀନ ସରକାର ଅନେକ ବିଧାନସଭା ଭଙ୍ଗ କରିଦେଲେ । ଏତତ ନିର୍ବାଚନ ନେଇ ୨୦୧୪ରେ ବିଜେପି ଇସ୍ତାହାରରେ ସ୍ଥାନ ଦେଇଛି । ଦେଶ ହିତକୁ ନେଇ ଆଗାମୀ ଦିନରେ ଐତିହାସିକ ପଦକ୍ଷେପ ନିଆଯିବ । ଏକକ ନିର୍ବାଚନ ହେଲେ ନିର୍ବାଚନଜନିତ ଖର୍ଚ୍ଚ ଅନେକ ପରିମାଣରେ କମିବ । ୧୯୫୧ରେ ନିର୍ବାଚନ ଖର୍ଚ୍ଚ ୧୧ କୋଟି ହୋଇଥିବା ବେଳେ ୨୦୧୯ରେ ଖର୍ଚ୍ଚ ହୋଇଛି ୬୦ ହଜାର କୋଟି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking