28.1 C
Bhubaneswar
Saturday, April 27, 2024
Homeଓଡିଶାପୁରୀ ଜିଲ୍ଲାପାଳଙ୍କ ଦ୍ୱାରା ସ୍ୱର୍ଗରଥ ଲୋକାର୍ପିତ

ପୁରୀ ଜିଲ୍ଲାପାଳଙ୍କ ଦ୍ୱାରା ସ୍ୱର୍ଗରଥ ଲୋକାର୍ପିତ

ପୁରୀ : ଜିଲ୍ଲାପାଳ ସମର୍ଥ ବର୍ମା ସ୍ୱର୍ଗରଥକୁ ଆଜି ଲୋକାର୍ପିତ କରିଛନ୍ତି । ଶବକୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଆଣିବା ନିମନ୍ତେ ଏହା ବାହକ ଭାବେ କାର୍ଯ୍ୟ କରିବ। ପୁରୀ ପୌରାଞ୍ଚଳ ଓ ପୌରାଞ୍ଚଳ ସୀମାର ୧୦ କିଲୋମିଟର ମଧ୍ୟରେ ଏହି ସେବା ଉପଲବ୍ଧ ହେବ। ଏଥିଲାଗି ପୌରାଞ୍ଚଳ ମଧ୍ୟରେ ସାତ ଶହ ଓ ପୌରାଞ୍ଚଳ ସୀମାର ୧୦ କିଲୋମିଟର ମଧ୍ୟରେ ୧୨ ଶହ ଟଙ୍କା ଦେବାକୁ ହେବ। ଏଥିନିମନ୍ତେ ୦୬୭୫୨-୨୯୧୨୯୧ ନମ୍ବରକୁ ଫୋନ କରି ଏହି ସେବା ଉପଲବ୍ଧ କରିହେବ। ଓଏମସି ପକ୍ଷରୁ ଏହି ଗାଡ଼ି ଯୋଗାଇ ଦିଆଯାଇଛି।

ଏହାଦ୍ୱାରା ପୁରୀ ପୌରାଞ୍ଚଳର ବାସିନ୍ଦାମାନେ ଏହି ସବୁଦିନିଆ ସେବା ପାଇପାରିବେ। ଏଥିସହ ଜିଲ୍ଲାପାଳ ଶବ ସତ୍କାର କ୍ଷେତ୍ରରେ ଉତ୍ତମ ସେବା ଯୋଗାଇ ଦେଇଥିବା ସତ୍କାର ସେବକ ଅଭୟ ନାୟକ, କୈଳାଶ ନାୟକ, ଗଙ୍ଗୁ ନାୟକଙ୍କ ସମେତ ଅନ୍ୟ କନିଷ୍ଠ, ସହାୟକ, ସୁରକ୍ଷା ଓ ପରିମଳ ସେବକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ବର୍ମା ସ୍ୱର୍ଗଦ୍ୱାର ବୁଲି ଦେଖିବା ସହ ଜାରି ଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

କାର୍ଯ୍ୟକୁ ତ୍ୱରାନ୍ୱିତ କରି ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। । ଏହି ଅବସରରେ ଉପ ଜିଲ୍ଲାପାଳ ଭବତାରଣ ସାହୁ, ସ୍ୱର୍ଗଦ୍ୱାର ପରିଚାଳନା କମିଟି ସଭ୍ୟ ସିଦ୍ଧାର୍ଥ ରାୟ, କଟକୀ ମଠ ମହନ୍ତ ବିଜୟ ନାରାୟଣ ରାମାନୁଜ ଦାସଗୁରୁ ଓ ସ୍ୱର୍ଗଦ୍ୱାରରେ ନିୟୋଜିତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking