38.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶମନ୍ଦିର ସାମ୍ନାରେ ଭିକ ମାଗୁଥିବା ଝିଅ ମୁହଁରୁ ଇଂରାଜୀ ଶୁଣି ପାଠପଢ଼ାଇବା ପାଇଁ ପ୍ରତିଶ୍ରୁତି ଦେଲେ...

ମନ୍ଦିର ସାମ୍ନାରେ ଭିକ ମାଗୁଥିବା ଝିଅ ମୁହଁରୁ ଇଂରାଜୀ ଶୁଣି ପାଠପଢ଼ାଇବା ପାଇଁ ପ୍ରତିଶ୍ରୁତି ଦେଲେ ଅନୁପମ

ନୂଆଦିଲ୍ଲୀ :  ଅନୁପମ ଖେର ଏପରି ଜଣେ ଅଭିନେତା ଯିଏ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥାଆନ୍ତି। ଅନୁପମ ନିକଟରେ ଏପରି ଏକ ଭିଡିଓ ସେୟାର କରିଛନ୍ତି କି ତାଙ୍କ ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିଛନ୍ତି। ଅନୁପମ ଖେରଙ୍କ ଏହି ଭିଡିଓରେ ଜଣେ ଝିଅ ପାଠପଢ଼ିବା ପାଇଁ ତାଙ୍କ ନିକଟରେ ନିବେଦନ କରୁଛନ୍ତି ଏବଂ ତା’ପରେ ଅନୁପମ ମଧ୍ୟ ତାଙ୍କ ସ୍ୱପ୍ନକୁ ସାକାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ନିକଟରେ ଅନୁପମ ଖେର କାଠମାଣ୍ଡୁ ଯାଇଥିଲେ, ଯେଉଁଠାରେ ସେ ଏମିତି ଜଣେ ଝିଅଙ୍କୁ ଭେଟିଥିଲେ ଯିଏକି ଭିକ ମାଗି ନିଜ ଗୁଜୁରାଣ ମେଣ୍ଟାଉଥିଲେ।

ଆଶ୍ଚର୍ଯ୍ୟର କଥା ହେଉଛି ଭିକ ମାଗୁଥିବା ଏହି ବାଳିକା ଜଣକ ସ୍ପଷ୍ଟ ଭାବେ ଇଂରାଜୀ ବି କହୁଥିଲେ। ବାଳିକାଙ୍କ ମୁଖ୍ୟରୁ ଇଂରାଜୀ ଶୁଣି ଅନୁପମ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅନୁପମ ଖେର ଭିଡିଓ ସେୟାର କରି ଲେଖିଛନ୍ତି, ‘ମୁଁ କାଠମାଣ୍ଡୁ ମନ୍ଦିର ବାହାରେ ଆରତୀଙ୍କୁ ଭେଟିଥିଲି। ସେ ଭାରତର ରାଜସ୍ଥାନର ବାସିନ୍ଦା। ସେ ମୋତେ କିଛି ଟଙ୍କା ମାଗିଥିଲେ ଏବଂ ମୋ ସହ ଫଟୋ ଉଠାଇବାକୁ ଅନୁମତି ମାଗିଥିଲେ। ଆଉ ମୋ ସହିତ ଇଂରାଜୀରେ ଭଲଭାବେ କଥା ବି ହୋଇଥିଲେ। ଅଧ୍ୟୟନ ପାଇଁ ତାଙ୍କର ଆଗ୍ରହ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ଅନୁପମ ଖେର ଫାଉଣ୍ଡେସନ ତାଙ୍କୁ ଶିକ୍ଷା ଦେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking