31.1 C
Bhubaneswar
Friday, May 10, 2024
Homeବ୍ରେକୀଙ୍ଗବ୍ୟାଙ୍କ ଲକରରେ ମୂଲ୍ୟବାନ ଜିନିଷ ରଖୁଥିଲେ, ପଢନ୍ତୁ ଏହି ଖବର

ବ୍ୟାଙ୍କ ଲକରରେ ମୂଲ୍ୟବାନ ଜିନିଷ ରଖୁଥିଲେ, ପଢନ୍ତୁ ଏହି ଖବର

ନୂଆଦିଲ୍ଲୀ : ବ୍ୟାଙ୍କର୍ ସିଷ୍ଟମରେ ଲକର ହେଉଛି ଏକ ଏଭଳି ସୁବିଧା, ଯାହାକୁ ସାଧାରଣତଃ ମଧ୍ୟବିତ ପରିବାର ବ୍ୟବହାର କରିଥାନ୍ତି । ତେବେ ଶୁକ୍ରବାର ଦିନ ଏହି ଲକରଗୁଡ଼ିକ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି । ଲକର ସୁବିଧା ପରିଚାଳନା ସମ୍ବନ୍ଧରେ ଛ ମାସ ମଧ୍ୟରେ ବ୍ୟାଙ୍କଗୁଡିକରେ ନିୟମାବଳୀ ଆଣିବାକୁ ସୁପ୍ରିମକୋର୍ଟ ଆରବିଆଇ କୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ (ସୁପ୍ରିମକୋର୍ଟ) ସ୍ପଷ୍ଟ ଭାବରେ କହିଛନ୍ତି ଯେ, ବ୍ୟାଙ୍କଗୁଡ଼ିକ ସେମାନଙ୍କ ଗ୍ରାହକଙ୍କୁ ଲକର ଅପରେସନରୁ ଦୂରେଇ ପାରିବେ ନାହିଁ । ଜଷ୍ଟିସ୍ ଏମ୍ ଏମ୍ ଶାନ୍ତନଗୌଡର ଓ ଜଷ୍ଟିସ ବିନୀତ ସରନଙ୍କ ଏକ ବେଞ୍ଚ କହିଛନ୍ତି ଯେ ଜଗତୀକରଣ ସହିତ ବ୍ୟାଙ୍କ ସଂସ୍ଥାଗୁଡ଼ିକ ସାଧାରଣ ଲୋକଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହାର କାରଣ ହେଉଛି ଘରୋଇ ଏବଂ ଆନ୍ତର୍ଜାତୀୟ ଅର୍ଥନୈତିକ କାରବାର ବୃଦ୍ଧି ହେବା । କୋର୍ଟ କହିଛନ୍ତି ଯେ,  ଲୋକମାନେ ଲିକ୍ୱିଡ ଆସେଟ ଘରେ ରଖିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି, କାରଣ ଆମେ ଧୀରେ ଧୀରେ କ୍ୟାସଲେସ ଅର୍ଥନୀତି ଆଡକୁ ଗତି କରୁଛୁ ।

ବେଞ୍ଚ କହିଛନ୍ତି, ପରିଶେଷରେ ବ୍ୟାଙ୍କଗୁଡିକ ଦ୍ୱାରା ପ୍ରଦାନ କରାଯାଇଥିବା ଲକର ଏକ ଆବଶ୍ୟକୀୟ ସେବା ହୋଇପାରିଛି । ଏହି ପ୍ରକାର ସେବା ନାଗରିକଙ୍କ ସହିତ ବିଦେଶୀ ନାଗରିକ ବି ନେଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking