30.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗ୧୧ଟା ୩୦ ଯାଏଁ ଗୃହ ମୁଲତବୀ

୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ ପରିଲକ୍ଷିତ ହୋଇଛି । ଗୃହକାର୍ଯ୍ୟ ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଛି । ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଛନ୍ତି । ଚାଷୀଙ୍କ ସମସ୍ୟା ସହ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହୋହାଲ୍କା ଓ ନାରାବାଜି ଦେଖିବାକୁ ମିଳିଛି । ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ବିଧାୟକ ହଟ୍ଟଗୋଳ କରିଥିଲେ । ପ୍ଲାକାର୍ଡ ଦେଖାଇ ଉଭୟ ଦଳ ବିଧାୟକ ନାରାବାଜି ମଧ୍ୟ କରିଥିଲେ । ଫଳରେ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । କରୋନା କଟକଣା ମଧ୍ୟରେ ଚଳିତ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ତେବେ କରୋନା ପ୍ରଭାବ କମିବା ପରେ ଏଥର ଅଧିବେଶନରେ ପ୍ରଶ୍ନକାଳ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking