32.1 C
Bhubaneswar
Monday, May 20, 2024
Homeଓଡିଶା" ଆଜିର ଅନୁଚିନ୍ତା "

” ଆଜିର ଅନୁଚିନ୍ତା “

ମାଆ ଭଳି ଭଲ ପାଉଥୁବା , ବୁଝି ପାରୁଥିବା ଆଉ ବୁଝାଇ ପାରୁଥିବା ସାଥିଟିଏ ମିଳିବା ବହୁତ କଷ୍ଟ . ସେଥ୍ୟପାଇଁ ହିଁ କୁହାଯାଇଛି ଯେ ମାଆ ଠୁ ବଡ ବନ୍ଧନ ଏବଂ ମାଆ ଠୁ ବଡ ବିକଳ୍ପ ଏ ସୃଷ୍ଟିରେ ଆଉ କିଛି ନାହିଁ !!”

“ଯାହାକୁ କେହି ପରିବର୍ତ୍ତନ କରିପାରନ୍ତି ନାହିଁ , ତାକୁ ସମୟ ହିଁ ପରିବର୍ତ୍ତନ କରିଦେଇ ଥାଏ !!”

“ପୃଥିବୀରେ ସବୁଠାରୁ ବଡ ଅଳିଆ ଗଦା ହେଉଛି ମଣିଷର ମନ , ଏହାକୁ ଟିକିଏ ପରିଷ୍କାର ରଖନ୍ତୁ ପୁରା ଜୀବନ ଟା ସୁନ୍ଦର ରହିବ !!”

ଅନ୍ୟର ଦୋଷ ଦେଖିଲା ମାତ୍ରେ ତାକୁ ସମାଲୋଚନା କରିବା ପୂର୍ବରୁ ନିଜର ସେହି ଦୋଷ କେତେ ଦୂର ଅଛି ପ୍ରଥମରୁ ବିଚାର କରନ୍ତୁ !!”

ଏ ଦୁନିଆରେ ସମୟ ଠାରୁ ବଡ ନ୍ୟାୟଧାରୀ କେହି ବି ନାହାନ୍ତି , କାହିଁକିନା ସମୟ ଯାହା ବି ନିର୍ଣ୍ଣୟ କରିଥାଏ ତାହା ସମସ୍ତଙ୍କୁ ମାନିବାକୁ ପଡିଥାଏ !!”*

ସମସ୍ୟା ” କୁ ସାମ୍ନା କରନ୍ତୁ କାହିଁକିନା ଏହା ସାହାସିକତା ବଢେଇବା ସହିତ ନିଜକୁ ସୁଦୃଢ଼ କରାଇବାରେ ମଧ୍ୟ ସାହାଯ୍ୟ କରିଥାଏ !!”
ଜୀବନରେ ସୁଖ ଶାନ୍ତି ରେ ରହିବାକୁ ହେଲେ ଦୁଇଟି ଶକ୍ତିର ନିହାତି ଆବଶ୍ଯକ….

ଗୋଟିଏ ହେଲା ସହିବା ଶକ୍ତି ଓ ଅନ୍ୟଟି ହେଲା ବୁଝିବା ଶକ୍ତି। ଏହାକୁ ଯିଏ ପାଇଛି ସେ ସୁଖ ଶାନ୍ତି ରେ ରହିଛି l

ଅଦ୍ୟ ମଇ ମାସ ୧୦ ତାରିଖ ୨୦୨୪ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ବୈଶାଖମାସ- ଶୁକ୍ଳପକ୍ଷ
ତିଥି- ତୃତୀୟା ରାତ୍ରି ଘ୦୨/୩୨ ଗତେ ଚତୁର୍ଥୀ
ନକ୍ଷତ୍ର- ରୋହିଣୀ ଦିବା ଘ୧୧/୦୮ ଗତେ ମୃର୍ଗଶିରା
ଚନ୍ଦ୍ର-ବୃଷ ରାତ୍ରି ଘ୧୦/୪୯ ଗତେ ମିଥୁନ
ଯୋଗ- ଅତିଗଣ୍ଡ
କରଣ – ତୈତିଳ
ସୌରମାସ- ମେଷ ୨୭ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୭/୧୪
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୪୭
*✧═════•❁❀
ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୨/୩୨ ଗତେ ନୈରୁତେ
ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କନ୍ୟା ରାଶିର ଘାତଚନ୍ଦ୍ର
ବିଛା,ଧନୁ ଓ ମୀନ ରାଶି ର ଘାତବାର
ଅଦ୍ୟ ମୃତେ ଏକପାଦ ଓ ଦିବା ଘ୦୬/୦୪ ଗତେ ଦ୍ଵିପାଦ ଓ ଦିବା ଘ୧୨/୧୮ ଗତେ ରାତ୍ରି ଘ ୦୩/୫୬ ମଧେ ଏକପାଦ ପୁଷ୍କରଦୋଷ
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ ୦୮/୨୭ଗତେ ଘ୧୧/୪୧ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୫୨ମଧ୍ୟେ ଓ ଘ୦୭/୪୦ ଗତେ ଘ୦୮/୨୬ ମଧ୍ୟେ ଓ ଘ୧୨/୨୮ ଗତେ ଘ୦୨/୦୩ ମଧ୍ୟେ ଓ ଘ୦୩/୦୪ ଗତେ ଘ୦୫/୧୬ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୧/୦୦ଗତେ ଘ୧୧/୫୦ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ପୋଟଳ ଭକ୍ଷଣ ନିଷେଧ

✧═════•❁❀❁•═════✧
ଅଜି ର ରାଶି ଫଳ
✧═════•❁❀❁•═════✧
ମେଷ :
ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।*
✧═════•❁❀❁•═════✧
ବୃଷ :
ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।*
✧═════•❁❀❁•═════✧
ମିଥୁନ :
ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।*
✧═════•❁❀❁•═════✧
କର୍କଟ :
ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।*
✧═════•❁❀❁•═════✧
ସିଂହ :
ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।*
✧═════•❁❀❁•═════✧
କନ୍ୟା :
ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।*
✧═════•❁❀❁•═════✧
ତୁଳା :
ଦିନଟି କ୍ଳେଶ ଦାୟକ । ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ।*
✧═════•❁❀❁•═════✧
ବିଛା :
ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।*
✧═════•❁❀❁•═════✧
ଧନୁ
ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।
✧═════•❁❀❁•═════✧
ମକର
ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।*
✧═════•❁❀❁•═════✧
କୁମ୍ଭ
ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।*
✧═════•❁❀❁•═════✧
ମୀନ :
ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking