31.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଖୋଲିଲା କେଦାରନାଥ ମନ୍ଦିର 

ଖୋଲିଲା କେଦାରନାଥ ମନ୍ଦିର 

ଉତ୍ତରାଖଣ୍ଡ : ଆଜିଠୁ ଖୋଲିଲା ଉତ୍ତରାଖଣ୍ଡର କେଦାରନାଥ ଧାମ । ପୂଜାର୍ଚ୍ଚନା ଓ ମନ୍ତ୍ରଧ୍ୱନୀରେ କମ୍ପୁଛି ପରିବେଶ। ଆଜି କେଦାରନାଥ ଧାମ ଖୋଲୁଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ମନ୍ଦିର ପରିସରକୁ ସଫା କରାଯିବା ସହ ମନ୍ଦିରକୁ ପ୍ରାୟ ୪୦ କ୍ୱିଣ୍ଟାଲ ଫୁଲରେ ସଜା ଯାଇଛି। ଏହି ଫୁଲ ହେଲିକପ୍ଟର ଯୋଗେ ଉପରକୁ ନିଆଯାଇଛି। ଘଣ୍ଟଘଣ୍ଟା ଧ୍ୱନି ମଧ୍ୟରେ ବାବାଙ୍କ ଚଳନ୍ତି ପ୍ରତିମାକୁ ଶ୍ରଦ୍ଧାଳୁମାନେ ସୁସଜ୍ଜିତ ବିମାନରେ କାନ୍ଧେଇ ନେଇଆସିଛନ୍ତି । କେଦାରନାଥଙ୍କ ଦର୍ଶନ ଲାଗି ସୋନପ୍ରୟାଗ ଏବଂ ଗୌରୀକୁଣ୍ଡ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଗୌରୀକୁଣ୍ଡରୁ ବାବାଙ୍କ ଚଳନ୍ତି ପ୍ରତିମାକୁ କେଦାରନାଥ ଅଭିମୁଖେ ନିଆଯାଇଛି। ମାତ୍ର ବଦ୍ରିନାଥ ଧାମର କବାଟ ଆସନ୍ତା ୧୨ ତାରିଖରେ ଖୋଲିବା ନେଇ ସୂଚନା । ଆଜି କେଦାରନାଥ, ଯମୁନୋତ୍ରୀ ଓ ବଦ୍ରିନାଥ ଧାମ ଯାତ୍ରା ଆରମ୍ଭ ।

ସୂଚନା ଯୋଗ୍ୟ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଧାମୀ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଯାତ୍ରା କାମନା କରିଥିବା ବେଳେ ଏଥିନିମନ୍ତେ ଅଧିକାରୀ ସଦାସର୍ବଦା ପ୍ରଚେଷ୍ଟାରତ ଥିବା କହିଛନ୍ତି। ପ୍ରତି ବର୍ଷ ଏହି ଚାରି ଧାମର ଦ୍ୱାର ଅକ୍ଟୋବର- ନଭେମ୍ବରରେ ବନ୍ଦ ହେଉଥିବା ବେଳେ ଏପ୍ରିଲ- ମେ’ ମାସରେ ଖୋଲା ହୋଇଥାଏ। ଏବେଠୁ ଏହା ପ୍ରାୟ ୬ ମାସ ଖୋଲା ରହିବ। ଏହି ସମୟରେ ଦେଶ ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପ୍ରତି ବର୍ଷ କେଦାରନାଥ ଧାମ ଆସିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking