29.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗକଣ୍ଟେନର ପଛରେ ପିଟି ହେଲା ଆମ୍ବୁଲାନ୍ସ ; ୩ ମୃତ ୩ ଗୁରୁତର

କଣ୍ଟେନର ପଛରେ ପିଟି ହେଲା ଆମ୍ବୁଲାନ୍ସ ; ୩ ମୃତ ୩ ଗୁରୁତର

ଟାଙ୍ଗୀ:  କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ର ବଇଚୁଆଁ ଛକ ନିକଟରେ ଛିଡା ହୋଇଥିବା ଏକ କଣ୍ଟେନର ପଛରେ ଆମ୍ବୁଲାନ୍ସ ପିଟିହେବାରୁ ୩ ଜଣ ଙ୍କମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କ ଜୀବନ ସଙ୍କଟ ପୂର୍ଣ୍ଣ ଥିବା ଜଣାପଡିଛି। ଘଟଣା ମୁତାବକ ଆମ୍ବୁଲାନ୍ସ ଟି ରୋଗୀ ନେଇ ମେଦିନାପୁର ରୁ କଟକ ବଡମେଡିକାଲ ଯାଉଥିବା ସମୟରେ ରାସ୍ତା ଉପରେ ଠିଆ ହୋଇଥିବା କଣ୍ଟେନର ପଛରେ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସ ଥିବା ରୋଗୀ ସହ ଜଣେ ମହିଳା ଜଣେ ବୃଦ୍ଧ ଦୁଇ ଯୁବକଙ୍କ ସହ ୩  ବର୍ଷର ଛୁଆ ଥିବା ବେଳେ ଡ୍ରାଇଭର ଓ ପାଖ ସିଟରେ ବସିଥିବା ଯୁବକ ଚାପିହୋଇ ରହି ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ହେବା ସହ ଡ୍ରାଇଭର, ରୋଗୀ ସହ ଥିବା ସମ୍ପକୀୟ ମାନଙ୍କ ଜୀବନ ସଙ୍କଟ ପୂର୍ଣ୍ଣ ରହିଛି। ପ୍ରଥମେ କିଛି କମ୍ପାନୀ କର୍ମଚାରୀ ଦୁର୍ଘଟଣା ଦେଖି ତରନ୍ତ ସେଠାରେ ପହଞ୍ଚି ଆମ୍ବୁଲାନ୍ସ ଭିତରୁ ରୋଗୀ ସହ ତାଙ୍କର ଦୁଇ ଜଣ ସମ୍ପର୍କୀୟ ମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଜପଥ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପଠାଇଥିଲେ। ତେବେ ଚାପି ହୋଇ ରହିଯାଇଥିବା ଡ୍ରାଇଭର ସହ ଅନ୍ୟ ଜଣେ ଯୁବକ କୁ ବାହାର କରିବା ସମ୍ଭବ ନ ହେବାରୁ ପୋଲିସ କୁ ଖବର ଦେଇଥିଲେ। ଖବର ପାଇଁ ଟାଙ୍ଗୀ ପୋଲିସ ଓ ଅଗ୍ନିଶମ ବିଭାଗ, ଏନ୍ଏଚଆଇ ଆମ୍ବୁଲାନ୍ସ କର୍ମଚାରୀ ପହିଁଚି କଟର ସାହାଯ୍ୟ ରେ ଗାଡିର ଆଗ ଅଂଶ କାଟି ମୃତ ଯୁବକ ଓ ଡ୍ରାଇଭର କୁ ଆମ୍ବୁଲାନ୍ସ ଭିତରୁ ବାହାର କରିବା ପରେ ଶବ ଟିକୁ ବ୍ୟବଚ୍ଛେଦ ପାଇଁ ମେଡିକାଲ କୁ ପଠାଇବା ସହ ଡ୍ରାଇଭର ଜଣଙ୍କୁ ଗୁରୁତର ଅବସ୍ଥା ରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିବା ସେଠାରେ ଆଉ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking