34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପାସପୋର୍ଟ ସେବା ପାଇଁ ଡିଜି ଲକର ଲଞ୍ଚ୍‌

ପାସପୋର୍ଟ ସେବା ପାଇଁ ଡିଜି ଲକର ଲଞ୍ଚ୍‌

ନୂଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମନ୍ତ୍ରୀ ଭି.ମୂରଳୀଧରନ ପାସପୋର୍ଟ ସେବା ପ୍ରୋଗ୍ରାମ ପାଇଁ ଡିଜିଲକର ପ୍ଲାଟଫର୍ମ ଲଂଚ କରିଛନ୍ତି ଓ କହିଛନ୍ତି ଏହା ପେପରଲେସ ମୋଡରେ ପାସପୋର୍ଟ ସେବା ପାଇଁ ନାଗରିକମାନେ ସେମାନଙ୍କ ଡକ୍ୟୁମେଣ୍ଟ ସବମିଟ କରିପାରିବେ । ଫଳରେ ସେମାନଙ୍କ ଅରଜିନାଲ କାଗଜପତ୍ର ଦରକାର ପଡିବନି । ପାସପୋର୍ଟ ସେବା ପ୍ରୋଗ୍ରାମ ଦେଶରେ ପାସପୋର୍ଟ ସେବା ବିତରଣ ଦିଗରେ ଏକ ବଡ ପରିବର୍ତନ ଆଣିଛି । ଗତ ୬ ବର୍ଷ ମଧ୍ୟରେ ଏଥିରେ ବିରାଟ ପରିବର୍ତନ ହୋଇଛି । ୨୦୧୭ରେ ପ୍ରଥମଥର ପାଇଁ ଆବେଦନଗୁଡିକର ମାସିକ ଦାଖଲ ଏକ ମିଲିୟନ ମାର୍କ ଅତିକ୍ରମ କରିଛି । ନାଗରିକମାନଙ୍କ ପାଇଁ ସେବା ବିତରଣ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛୁ । ତେବେ କେବଳ ପାସପୋର୍ଟ ନିୟମକୁ ସରଳ କରିବାର କାର୍ଯ୍ୟ ହାସଲ କରାଯାଇନାହିଁ ବରଂ ପାସପୋର୍ଟ ସେବାକୁ ନାଗରିକଙ୍କ ନିକଟରେ ପହଂଚାଇବା ଦିଗରେ ମଧ୍ୟ କାର୍ଯ୍ୟ କରିଛୁ ବୋଲି ସେ କହିଛନ୍ତି । ମୁଖ୍ୟ ଡାକ କାର୍ଯ୍ୟାଳୟରେ ପାସପୋର୍ଟ ସେବା କେନ୍ଦ୍ର ଆରମ୍ଭ କରିବା ଏହି ଦିଗରେ ଏକ ବଡ ପଦକ୍ଷେପ ବୋଲି ସେ କହିଥିଲେ । ଫଳସ୍ୱରୂପ ୪୨୬ ଡାକଘର ପାସପୋର୍ଟ ସେବା କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଯେତେବେଳେ ୩୬ଟି ପାସପୋର୍ଟ କାର୍ଯ୍ୟାଳୟ ଓ ୯୩ଟି ବିଦ୍ୟମାନ ପାସପୋର୍ଟ ସେବା କେନ୍ଦ୍ରରେ ଯୋଡାଯାଏ, ସେତେବେଳେ ଏହା ସର୍ବସାଧାରଣଙ୍କ ପାଇଁ ମୋଟ ୫୫୫ ପାସପୋର୍ଟ କାର୍ଯ୍ୟାଳୟ କରିଥାଏ ବୋଲି ମନ୍ତ୍ରୀ କହିଛନ୍ତି । ନାଗରିକ କେନ୍ଦ୍ରିକ ଆଭିମୁଖ୍ୟକୁ ଅଧିକ ମାତ୍ରାରେ ପୂରଣ କରିବା ଏବଂ ପେପରଲେସ ପାସପୋର୍ଟ ସେବା ବୃଦ୍ଧି କରିବା ପାଇଁ ଆମେ ବର୍ତମାନ ସରକାରଙ୍କ ଡିଜିଲକର ପ୍ଲାଟଫର୍ମରେ ସଫଳତାର ସହ ଏକୀଭୂତ ହୋଇଛୁ ବୋଲି କହିଛନ୍ତି । ଏହା ନାଗରିକମାନଙ୍କୁ ଡିଜିଲକର ମାଧ୍ୟମରେ କାଗଜବିହୀନ ମୋଡରେ ପାସପୋର୍ଟ ସେବା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରିବାକୁ ସକ୍ଷମ ହେବ ବୋଲି ମୂରଲୀଧରନ କହିଛନ୍ତି ।
ପରବର୍ତ୍ତୀ ପଦକ୍ଷେପ ଭାବରେ ଆମେ ଡିଜି ଲକରରେ ଏକ ଡକ୍ୟୁମେଣ୍ଟ ଭାବରେ ଅନ୍ତର୍ଭୁକ୍ତ ହେବାକୁ ଥିବା ଏକ ପାସପୋର୍ଟ ଉପରେ କାର୍ଯ୍ୟ କରୁଛୁ । ଯେତେବେଳେ ଜଣେ ନିଜ ଡକ୍ୟୁମେଣ୍ଟ ରିଟ୍ରାଇଭ କରିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି ।
ଯଦି ପାସପୋର୍ଟ ହଜି ଯାଉଛି, ସେ ସମୟରେ ଏହା ସାହାଯ୍ୟ କରିବ ବୋଲି ମନ୍ତ୍ରୀ କହିଛନ୍ତି । ଡିଜିଟାଲ ଲକର ହେଉଛି, ଡିଜିଟାଲ ଇଣ୍ଡିଆ କର୍ପୋରେସନ ଅଧୀନରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟର ଫ୍ଲାଗସିପ ପଦକ୍ଷେପ । ଡିଜି ଲକର ସେମାନଙ୍କ ଡିଜିଟାଲ ଡକ୍ୟୁମେଣ୍ଟ ୱାଲେଟରେ ପ୍ରାମାଣିକ ଡିଜିଟାଲ ଡକ୍ୟୁମେଣ୍ଟ ପ୍ରବେଶ କରି ନାଗରିକମାନଙ୍କ ଡିଜିଟାଲ ସଶକ୍ତିକରଣକୁ ଲକ୍ଷ୍ୟ ରଖିଛି ।
ଆଗାମୀ ବର୍ଷରେ ବାୟୋମେଟ୍ରିକ ପାସପୋର୍ଟଗୁଡିକ ସ୍ୱୟଂଚାଳିତ ଇ-ପାସପୋର୍ଟ ଫାଟକ ସହିତ ସଜ୍ଜିତ ବିମାନବନ୍ଦରଗୁଡିକରେ ଇମିଗ୍ରେସନ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି ।
ଆଗାମୀ ପାସପୋର୍ଟ ସେବା ପ୍ରୋଗ୍ରାମ ଭି୨.୦ରେ, କୃତ୍ରିମ ଇଣ୍ଟେଲିଜେନ୍ସ(ଏଆଇ), ମେସିନ ଲର୍ଣ୍ଣିଂ ଚାଟବଟ୍‌, ଆନାଲିଟିକ୍ସ, ରୋବୋଟିକ ପ୍ରୋସେସ ଅଟୋମେସନ ଭଳି ଉଦୀୟମାନ ପ୍ରଯୁକ୍ତିର ବ୍ୟବହାର ନାଗରିକଙ୍କ ଅଭିଜ୍ଞତାକୁ ଆହୁରି ସହଜ କରିବ ଏବ ତ୍ୱରିତ ସେବା ବିତରଣକୁ ଆଗେଇବ ବୋଲି କହିଛନ୍ତି ମନ୍ତ୍ରୀ ।
ପାସପୋର୍ଟ ସେବା ପାଇଁ ଡିଜି ଲକରକୁ ବ୍ୟବହାର କରିବା ଦ୍ୱାରା ନାଗରିକଙ୍କ ସୁବିଧା ସୁନିଶ୍ଚିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking