28.1 C
Bhubaneswar
Saturday, April 27, 2024
Homeସ୍ୱାସ୍ଥ୍ୟସମ୍ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଲେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡଃ ପ୍ରଦୀପ...

ସମ୍ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଲେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ

ଭୁବନେଶ୍ୱର, : ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌)ରେ ସିନିୟର କନ୍‌ସଲ୍‌ଟାଂଟ
ଭାବେ ଯୋଗ ଦେଇଛନ୍ତି ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ ।
ଭିଏସ୍‌ଏସ୍ ମେଡିକାଲ କଲେଜର ଛାତ୍ର ଡଃ ଦେ ବନାରସ ହିନ୍ଦୁ ୟୁନିଭର୍ସିଟି, ବାରଣାସୀରୁ ଶିଶୁ ରୋଗ
ବିଜ୍ଞାନରେ ପୋଷ୍ଟ ଗ୍ରାଜୁଏଟ୍ କରିଛନ୍ତି । ଜଣେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଭାବେ ତାଙ୍କର ସୁଖ୍ୟାତି
ରହିଛି ।
ଡଃ ଦେ ପେଡିଆଟ୍ରିକ୍ ଇଂଟେନ୍‌ସିଭ୍ କେୟାର, ପେଡିଆଟ୍ରିକ୍ ହେମାଟୋଲୋଜି, ଆଡୋଲେସେଂଟ ହେଲ୍‌ଥ
କେୟାର, ନିଓନାଟୋଲୋଜି ଏବଂ ସଂକ୍ରମିତ ରୋଗଗୁଡ଼ିକର ଚିକିତ୍ସା କରିବାରେ ବେଶ ସଫଳ ଡାକ୍ତର ।
ତାଙ୍କର ଦୀର୍ଘ ୨୦ ବର୍ଷର ଅଭିଜ୍ଞତା ଥିବା ଡଃ ଦେ ଅନେକ ଖ୍ୟାତନାମା କର୍ପୋରେଟ୍ ହସ୍ପିଟାଲ୍‌ଗୁଡ଼ିକରେ
ସଫଳତାର ସହ କାର୍ଯ୍ୟ କରିଛନ୍ତି । ଯୁବ ରୋଗୀମାନଙ୍କୁ ଖୁବ୍ ଭଳ ଚିକିତ୍ସା କରାଇବାରେ ତାଙ୍କର ଖ୍ୟାତି
ରହିଛି ।
ଡଃ ଦେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଆଶୁରୋଗ ବିଭାଗ (ଓପିଡି) ରେ ପ୍ରତ୍ୟେକ ସପ୍ତାହ ମଙ୍ଗଳବାର,
ଗୁରୁବାର ଓ ଶନିବାର ରୋଗୀମାନଙ୍କର ଚିକିତ୍ସା କରିବେ । ତାଙ୍କ ସହ ଆପଏନ୍‌ଟମେଂଟ ନିମନ୍ତେ
୬୩୭୨୯୯୦୦୧୦ ଏବଂ ୦୬୭୪-୩୫୦୦୫୦୦ କୁ ଫୋନ୍ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking