ସମାଜସେବୀ କେଦାର ନାରାୟଣ ପରିଡ଼ା ଓ ବରିଷ୍ଠ ସାମ୍ବାଦିକ ପ୍ରଭାତ ରାଉତରାୟଙ୍କ ବିୟୋଗରେ ଶୋକସଭା

jajpur mouning ceremony

ଯାଜପୁର: ଯାଜପୁର ଟାଉନ ସ୍ଥିତ ଶିକ୍ଷକ ଭବନ ପରିସରରେ ଶୋକ ସଭା ଦୁଇ ଜଣ ଦିବଙ୍ଗତ ସମାଜ ସେବୀ କେଦାର ନାରାୟଣ ପରିଡ଼ା ଓ ବରିଷ୍ଠ ସାମ୍ବାଦିକ ପ୍ରଭାତ ରାଉତରାୟଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ହରିହର ସ୍ବାଇଁଙ୍କ ସଭାପତିତ୍ୱରେ ପଣ୍ଡିତ ଭୂପତି ଭୂଷଣ ମିଶ୍ର ବେଦ ପାଠ କରି ଉଭୟ ମହାନ ଆତ୍ମାଙ୍କର ସଦଗତି କାମନା କରିଥିଲେ । ସଂମାନନୀୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଅନ୍ୟତମ କାର୍ଯ୍ୟକ୍ରମର ପରିଚାଳକ ସାମ୍ବାଦିକ ଓୟୁ ଡବ୍ଲ୍ୟୁଜେରେ ରାଜ୍ୟ ସାଧାରଣ ସମ୍ପାଦକ ତପନ ମହାରଣ। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ରଣଜିତ କୁମାର ସିଂହ, ଗ୍ରୀନ ଅକ୍ସଫୋର୍ଡ ମଡେଲ ସ୍କୁଲର ଅଧ୍ୟକ୍ଷ ସତ୍ୟରଞ୍ଜନ ପତି, ସାମ୍ବାଦିକ ଦୀପକ କୁମାର ମହାନ୍ତି, ଭରତ ନାୟକ, ବିଦ୍ୟାଧର ବେହେରା, ପ୍ରଭାତ ତ୍ରିପାଠୀ, ଅଭିମନ୍ୟୁ ମିଶ୍ର, ସଂଜୀବ କୁମାର ନାୟକ,ଅଜୟ ବେହେରା, ରବି ରଣା, ପ୍ରଶାନ୍ତ ଗେଡି ଶିକ୍ଷକ ନେତା ସନ୍ତୋଷ ବିଶ୍ୱାଳଙ୍କ ସମେତ ବହୁ ବୁଦ୍ଧିଜୀବୀ ,ସମାଜ ସେବୀ, ସାମ୍ବାଦିକ ଉପସ୍ଥିତ ରହି ଦିବଙ୍ଗତ ଆତ୍ମା ଦ୍ୱୟଙ୍କର ସଦଗତି କାମନା କରିଥିଲେ।

LEAVE A REPLY

Please enter your comment!
Please enter your name here