40.1 C
Bhubaneswar
Thursday, April 25, 2024
Homeଓଡିଶାଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟକୁ ଜାବୁଡ଼ି ଧରିଛି ଉପର ମଣିନାଗ ପର୍ବତ

ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟକୁ ଜାବୁଡ଼ି ଧରିଛି ଉପର ମଣିନାଗ ପର୍ବତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁର ଉପର ମଣିନାଗର ଦୃଶ୍ୟ । ପ୍ରାକୃତିକ ପରିବେଶରେ କୁତ୍ରିମ ଛିଟା ଲାଗିବା ପରେ ବଦଳିଛି ପରିବେଷ । ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟକୁ ଜାବୁଡ଼ି ଧରିଛି ଉପର ମଣିନାଗ। କାହିଁ କେଉଁ ସ୍ଥାନରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ । ପ୍ରକୃତି କୋଳରେ କିଛି ସମୟ ବିତାଇବା ପାଇଁ । ସୁଉଚ୍ଚ ପର୍ଵତରୁ ସୁନ୍ଦର ଐତିହାସିକ ସହର ରଣପୁରଗଡ଼କୁ ଦେଖିବାକୁ କାହାର ଅବା ଇଚ୍ଛା ନାହିଁ । ଯୁଆଡ଼େ ଦେଖିବେ ଚାରିଆଡେ ସୁଉଚ୍ଚ ପର୍ବତମାଳା । ରଣପୁର ଉପର ମଣିନାଗକୁ ପ୍ରଶସ୍ତ ପିଚୁ ରାସ୍ତା ହେବା ପରେ ବଦଳିଯାଇଛି ଏଠାକାର ଅପରୂପ ସୌନ୍ଦର୍ଯ୍ୟ । ଡ୍ରେନ କ୍ୟାମେରା ଲେନ୍ସରେ ଏହି ସ୍ଥାନଟି କଏଦ ହେବା ପରେ ଏହା ପବନ ବେଗରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଲା । ପରେ ଏଠାକୁ ପୂର୍ବାପେକ୍ଷା ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଲା । ପୂର୍ବରୁ ଏଠାକୁ ଚାଲି ଚାଲି ବିପଦପୂର୍ଣ୍ଣ ଭାବେ ଯିବାକୁ ପଡୁଥିଲା ମାତ୍ର ଏବେ କେଇ ମିନିଟରେ ପାହାଡ଼ର ଶୀର୍ଷରେ ପହଞ୍ଚି ଯାଉଛନ୍ତି ପର୍ଯ୍ୟଟକ । ଧୀରେ ଧୀରେ ଅନଲକ ହେବା ପରେ ଏହି ସ୍ଥାନଟି ଏବେ ନୂଆ ରୂପ ପାଇଛି । କୋଳାହଳରେ ପରିପୂର୍ଣ୍ଣ ହେଉଛି । ଏଠାକୁ ଏବେ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି । ପାହାଡ଼ ଉପରେ ପହଂଚୁ ପହଂଚୁ କିଏ ସେଲ୍ଫି ନେଉଛି ତ ପୁଣି କିଏ ପ୍ରକୃତିକୁ ନିଜକୁ ସେଥିରେ ଭିଜେଇ ଦେଉଛି । ସକାଳର ଥଣ୍ଡା ଥଣ୍ଡା ପବନ ଆଉ ଅପରାହ୍ନରେ ପାହାଡ଼ ଉହାଡ଼ରୁ ସୂର୍ଯ୍ୟଦେବତାଙ୍କ ରକ୍ତିମ ଆଭା ପର୍ଯ୍ୟଟକଙ୍କୁ ମନ୍ତମୁଗ୍ଧ କରୁଛି । ଦୀର୍ଘ ସମୟ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ବାନ୍ଧି ରଖୁଛି । ସେହିଭଳି ବର୍ଷା ପରେ ଏବଂ ସକାଳର ଘନ କୁହୁଡି ପର୍ବତମାଳାର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳେ । ଯୁବ ପିଢ଼ିଙ୍କ ପାଇଁ ପ୍ରଥମ ପସନ୍ଦ ଆଉ ସେଲ୍ଫି ପଏଣ୍ଟ ସାଜିଛି ଉପର ମଣିନାଗ ।
ପାହାଡ଼ ଉପରେ ଏକ ଛୋଟ ମନ୍ଦିରରେ ପୂଜା ପାଉଛନ୍ତି ଆରାଧ୍ୟ୍ୟ ଦେବି ମା ମଣିନାଗ । ଦେବୀଙ୍କ ନିକଟରେ ନରବଳି ଦେବା ପ୍ରଥା ପ୍ରଚଳିତ ଥିଲା । ଏହା ଥିଲା ତନ୍ତ୍ର ପୀଠ । ମାଘ ମାସରେ ନରବଳି ଦିଆଯାଉଥିଲା । ୧୯୩୯ ମସିହାଠାରୁ ଏହି ଘୃଣ୍ୟ ବଳିପ୍ରଥା ବନ୍ଦ ରହିଛି । ଏବେ ପର୍ଯ୍ୟଟକଙ୍କ ମନୋରଞ୍ଜନର ବେଷ୍ଟ ଅଫସନ ଆଉ କିଛି ନ ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking