32.1 C
Bhubaneswar
Friday, April 26, 2024
Homeଓଡିଶାଘରୋଇ କଳିରୁ ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଘରୋଇ କଳିରୁ ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ମୟୂରଭଞ୍ଜ : ଘରୋଇ କଳିରୁ ଆତ୍ମହତ୍ୟା ଉଦ୍ୟମ କରି ମହିଳା ଗୁରୁତର । ମହିଳା ଜଣକ ହେଲେ ବୈଶିଙ୍ଗା ଥାନା ଅନ୍ତର୍ଗତ ସନ୍ତରା ଗ୍ରାମର ୪୬ ବର୍ଷୀୟା ରୀତା ମୁଖି । ଅଭିଯୋଗ ଅନୁସାରେ, ରୀତାଙ୍କ ନଣନ୍ଦ ଏବଂ ଶାଶୂଙ୍କ ସହ ବିବାହର କିଛିବର୍ଷ ପରଠାରୁ ପ୍ରାୟ ଅଧିକାଂଶ ସମୟରେ କଳହ ଲାଗି ରହୁଥିଲା। ଏନେଇ ରୀତାଙ୍କ ସ୍ୱାମୀ ବାରମ୍ବାର ବୈଶିଙ୍ଗା ଥାନାରେ ଅଭିଯୋଗ କରି ଆସୁଥିଲେ। ଯଦି ପୋଲିସ ହସ୍ତକ୍ଷେପ କରିଥାନ୍ତା ତେବେ ଏଭଳି ଅପ୍ରତ୍ୟାଶିତ ଘଟଣାକୁ ଏଡାଇ ଯାଇ ହୋଇଥାନ୍ତା ବୋଲି କ୍ଷୋଭର ସହ କହିଥିଲେ ପିଡିତାର ସ୍ୱାମୀ। ତେବେ ଆଜି ପାରିବାରିକ କଳହ ଉଗ୍ରରୂପ ନେବାରୁ ରୀତା ରାଗର ବଶବର୍ତ୍ତୀ ହୋଇ ନିଜକୁ ସବୁଦିନ ପାଇଁ କଳହରୁ ମୁକ୍ତି ପାଇବା ନିଷ୍ପତ୍ତି ନେଇ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ଫଳରେ ତାଙ୍କ ଶରୀର ଗୁରୁତର ଭାବେ ଆହତ ହୋଇଛି ।

ଘର ନିକଟରେ ଥିବା ସ୍ୱାମୀ ସଙ୍ଗେସଙ୍ଗେ ତାଙ୍କୁ ବେତନଟୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଆଣିଥିଲାବେଳେ ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ତର ଥିବାରୁ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମାତ୍ର ଏଠାରେ ପିଡିତାଙ୍କର ସ୍ୱାସ୍ଥ୍ୟବସ୍ଥା ଉଦବେଗଜନକ ଥିବାରୁ କଟକ ବଡ଼ ଡ଼ାକ୍ତରଖାନା ନେବାକୁ ପାରାମର୍ଶ ଦେଇଥିଲେ ମଧ୍ୟ ଆର୍ଥିକ ଅନଟନ ଯୋଗୁଁ ଅକ୍ଷମତା ପ୍ରକାଶ କରିଛନ୍ତି ଅସହାୟ ସ୍ୱାମୀ। ସେପଟେ ରୀତା ପୂର୍ବରୁ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତି ଯାଇଥିଲେ। ରୀତା ଆତ୍ମହତ୍ୟା ପାଇଁ ନିଜ ଦେହରେ ନିଆଁ ଲଗାଉଥିବା ଵେଳେ ସେଥିରୁ ନିଆଁ ଲାଗି ତାଙ୍କ ଘର ମଧ୍ୟ ଜଳି ଯାଇଥିବା କହିଛନ୍ତି ତାଙ୍କ ସ୍ବାମୀ। ତେବେ ସ୍ୱାମୀଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ଆଠବର୍ଷ ଭିତରେ ୭ଥରରୁ ଅଧିକ ଥର ବୈଶିଙ୍ଗା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଆଜି ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିବା କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି ପିଡିତାଙ୍କ ସ୍ୱାମୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking