27.1 C
Bhubaneswar
Friday, March 29, 2024
Homeଓଡିଶାମା' କୁ ମାଡମାରି ଘରୁ ବାହାର କରିଦେଲେ ପୁଅ ବୋହୂ

ମା’ କୁ ମାଡମାରି ଘରୁ ବାହାର କରିଦେଲେ ପୁଅ ବୋହୂ

ଜଳେଶ୍ବର : ରାଜ୍ୟ ବାହାରେ ରହୁଥିବା ପୁଅ,ବୋହୂ, ନାତିନାତୁଣୀ ଘରକୁ ଆସୁଥିବା ଖବରପାଇ ଖୁସିରେ ଫାଟି ପଡୁଥିଲା ମାଆର ମନ। କେତେବେଳେ ପହଞ୍ଚିବେ ଦାଣ୍ଡ ଦୁଆରକୁ ଅନାଇ ରହୁଥିଲା ମାଆ। ନାତିନାତୁଣୀଙ୍କୁ କେତେ ଗପସପ କରିବେ ଭାବି ଯାଉଥିଲା । ହେଲେ ସବୁ ଭାବନାରେ ପୂର୍ଣ୍ଣଛେଦ ପଡ଼ିଲା। ଘରେ ପହଞ୍ଚିଲେ ୩ ପୁଅ, ବୋହୂ। ହେଲେ ବୃଦ୍ଧା ବିଧବା ମାଆର ସବୁ ଭାବନା ଗୋଳମାଳିଆ ହୋଇଗଲା ପାଣି ଫୋଟକା ଭଳି ମିଳାଇଗଲା ସବୁ ଖୁସି। ଘର ଫେରନ୍ତା ପୁଅମାନେ ପରିବାର ସହ ହସଖୁସିରେ ସମୟ କଟାଇ ମାଆର ସେବାଯତ୍ନ କରିବା ବଦଳରେ ସେମାନେ ମାଆ ଠାରୁ ସମ୍ପତ୍ତି ଭାଗ ଦାବିକରି ସୃଷ୍ଟି କଲେ ବିବାଦୀୟ ପରିସ୍ଥିତି। ବିଧବା ବୃଦ୍ଧା ମା’ଙ୍କ ଠାରୁ ସମ୍ପତ୍ତି ଭାଗ ନେବାକୁ ଉଦ୍ୟମ ଆରମ୍ଭ କରି ଅତ୍ୟାଚାର ସାଙ୍ଗକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପିଟାମରା କରୁଛନ୍ତି ବୋଲି ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅସହାୟ ମାଆ। ଏମିତିକି ତାଙ୍କ ଜିନିଷପତ୍ର ସବୁ ବାହାରଙ୍କୁ ଫିଙ୍ଗିଦେଇ ଘରୁ ବାହାର କରି ଦେଇଛନ୍ତି । ଘଟଣାଟିହେଉଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ବାଲିକୁଟୀ ପଞ୍ଚାୟତର ବାଲିକୁଟୀ ଗ୍ରାମର। ଏଠାରେ ଥିବା ସୁବର୍ଣ୍ଣ ଗିରି ବୟସ ୭୦ ଏଭଳି ଅଭିଯୋଗ କରିଛନ୍ତି ବାଲିଆପାଳ ଥାନାରେ ।

ବୃଦ୍ଧାଙ୍କ ଅଭିଯୋଗ ଅନୁସାରେ ୪ ପୁଅ ଭିତରୁ ୩ ଜଣ ପୁଅ ସରୋଜ ଗିରି ‘ ସଞ୍ଜୟ ଗିରି , କିଶୋର କୁମାର ଗିରି ରାଜ୍ୟ ବାହାରେ ରୁହନ୍ତି। ବୃଦ୍ଧା ବିଧବା ମାଆ ଏବଂ ସାନ ପୁଅ ସଞ୍ଜିବ ଗିରି ଘର ପାଖରେ ରୁହନ୍ତି। କିଛିଦିନ ତଳେ ୩ ପୁଅ ଘରକୁ ଆସି ଜମିବାଡି ଭାଗ ବଣ୍ଟା କରିବା ପାଇଁ ଚାହୁଛନ୍ତି ବୋଲି ବଡପୁଅ ପ୍ରତିକ୍ରିୟାରେ କହିଛନ୍ତି । ଦୁଇଦିନ ତଳେ ତିନି ପୁଅ – ବୋହୂ ସୁବର୍ଣ୍ଣଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ତାଙ୍କୁ ପିଟାମରା କରିଥିଲେ । ତାଙ୍କର ବୋହୂମାନେ ବାଳଗୁଛା ଧରି ଘରୁ ବାହାର କରିଦେଇଥିଲେ । ଘର ଭିତରେ ଥିବା ତାଙ୍କ ଜିନିଷପତ୍ର ସବୁ ବାହାରକୁ ଫିଙ୍ଗି ଦେଇ ଚାବି ପକାଇ ଦେଇଥିଲେ । ଦଶମାସ ଦଶଦିନ ଗର୍ଭରେ ରଖି ଜନ୍ମଦେଇ ବହୁ କଷ୍ଟରେ ଲାଳନପାଳନ କରି ଛୋଟରୁ ବଡ କରି ବାହା କରାଇ ବୋହୂ ଆଣିଲା ପରେ ସେହି ପୁଅ ସମ୍ପତି ଲୋଭରେ ନିଜର ଜନ୍ମ କଲା ମାଆକୁ ନ ରଖି ବୃଦ୍ଧାବସ୍ଥାରେ ଏ ଦ୍ବାରରୁ ସେ ଦ୍ବାର ହେବାକୁ ବାଧ୍ୟ କରିବା ଭଳି ଲଜ୍ୟାଜନକ ଘଟଣା ଆଉ କଣ ହୋଇପାରେ । ବୃଦ୍ଧାଙ୍କର ୪ପୁଅ ଓ ଗୋଟିଏ ଝିଅ । କିନ୍ତୁ ସମ୍ପତ୍ତି ଆଗରେ ମାଆର ମମତା ତୁଚ୍ଛ ହୋଇଯାଇଛି। ତେବେ ଆଜିର ସଭ୍ଯସମାଜରେ ଏହା ବେଶ ନିନ୍ଦନୀୟ କଥା ।

ଯେତେବେଳେ ୩ପୁଅ ଓ ବୋହୂ ବୃଦ୍ଧା ମାଆକୁ କାହିଁକି ମାରୁଚ ବୋଲି କହି ସାନପୁଅ ସଞ୍ଜିବ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ସେମାନେ ଗାଳିଗୁଲଜ କରି ଘରୁ ବାହାର କରି ଦେଇଛନ୍ତି । ଅସହାୟ ମାଆ ପୁଅକୁ ଗାଁରେ ବାହା ହୋଇଥିବା ନଣନ୍ଦ ପ୍ରତିମା ଗିରି ଓ ଭଣଜା ମାନଗୋବିନ୍ଦ ଗିରି ଉଦ୍ଧାର କରି ସେମାନଙ୍କୁ ଘରେ ଆଶ୍ରୟ ଦେଇଛନ୍ତି । ଏନେଇ ମାଆ ସୁବର୍ଣ୍ଣ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏସ୍ଆଇ ଲକ୍ଷ୍ମଣ ସିଂହ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। ଯେତେପର୍ଯ୍ୟନ୍ତ ଜମିବାଡି ଭାଙ୍ଗବଣ୍ଟା ହୋଇ ନାହିଁ ବୃଦ୍ଧା ମାଆଙ୍କୁ ସେହି ଘରେ ରଖିବାକୁ ପୁଅମାନଙ୍କୁ ବୁଝାଶୁଝା କରି ଆସିଥିଲେ ପୋଲିସ ଏସ ଆଇ ଶ୍ରୀ ସିଂ। କିନ୍ତୁ ଘରକୁ ଆସିଥିବା ୩ପୁଅ ଓ ବୋହୂ ମିଶି ବୃଦ୍ଧା ମାଆ ଓ ସାନପୁଅ ସଞ୍ଜିବ ଗିରିଙ୍କୁ ବାହାର କରି ଦେଇଥିଲେ। ବାହାରୁ ଆସିଥିବା ବୃଦ୍ଧାଙ୍କ ବଡ଼ପୁଅ ତଦନ୍ତକାରୀ ପୋଲିସ ଏସ୍ ଆଇ ଲକ୍ଷ୍ମଣ ସିଂ ନାମରେ ମଧ୍ୟ ଏକ ମିଥ୍ୟା ଅଭିଯୋଗ କରିଛନ୍ତି ମୋର ୨ ନାବାଳକ ପୁତ୍ରକୁ ଘରେ କେହି ନଥିବା ସମୟରେ ଥାନାବାବୁ ତାଲା ପକାଇ ଦେଇ ଚାଲି ଯାଇଥିଲେ ବୋଲି ବଡପୁଅ ବସ୍ତା ଏସଡିପିଓଙ୍କ ପାଖରେ ମିଥ୍ଯା ଅଭିଯୋଗ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking