32.1 C
Bhubaneswar
Friday, April 26, 2024
Homeଅପରାଧନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଦୁଷ୍କର୍ମ ପୀଡ଼ିତା

ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଦୁଷ୍କର୍ମ ପୀଡ଼ିତା

ଉନ୍ନାଓ : ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ବିଭସ୍ଥ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ ଦେଶବ୍ୟାପୀ ଲୋକଙ୍କ କ୍ରୋଶ ମଧ୍ୟ ଦେଖିବାକୁ ମିଳିଥିଲା | ତେବେ ଏହି ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଉନ୍ନାଓରେ ଦୁଷ୍କର୍ମ ପୀଡିତାଙ୍କୁ ବିଭସ୍ଥ ଭାବେ ହତ୍ୟା କରା ଯାଇଥିଲା | ଏବେ ପୁଣିଥରେ ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାର ଜଣେ ଦୁଷ୍କର୍ମ ପୀଡ଼ିତା କାନପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦୀର୍ଘ ୬ ଦିନ ଯାଏଁ ମୃତ୍ୟୁ ସହିତ ସଂଗ୍ରାମ କରିବା ପରେ ଶନିବାର ରାତିରେ ଜୀବନ ହାରିଛନ୍ତି । ପୀଡ଼ିତା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଘଟଣା ଦିନ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶ୍ୱାସକ୍ରିୟା ନେବାରେ ସେ ଅସୁବିଧାର ସମ୍ମୁଖୀନ ହେବାରୁ ତାଙ୍କୁ ଶୁକ୍ରବାର ଅକ୍ସିଜେନ ଦିଆଯାଇଥିଲା । ସ୍ୱରୂପ ନଗର ପୋଲିସ କହିବା ଅନୁସାରେ ଘଟଣା ସଂପର୍କରେ ଉନ୍ନାଓ ପୋଲିସକୁ ସୂଚନା ଦିଆଯାଇଥିଲା । ପୀଡ଼ିତାଙ୍କ ପୋଷ୍ଟମର୍ଟମ ରବିବାର ହେବ ।
ହାସନଗଞ୍ଜ ଅଞ୍ଚଳର ପୀଡ଼ିତା ଦୁଷ୍କର୍ମକାରୀଙ୍କୁ ଉଚ୍ଚ ନ୍ୟାୟାଳୟ ଠାରୁ ଜାମିନ ମିଳିବାକୁ ନେଇ ଚାପରେ ଥିଲେ । ସେ ଡିସେମ୍ବର ୧୬ରେ ଏସପିଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ କିରୋସିନ ଢ଼ାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ଫଳରେ ତାଙ୍କ ଶରୀରର ୮୫ ପ୍ରତିଶତ ଜଳି ଯାଇଥିଲା । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ବୁଧବାର ପୀଡ଼ିତା ୩-୪ ଥର ବାନ୍ତି କରିଥିଲେ । ଡାକ୍ତର ବ୍ଲଡ କଲଚର ଯାଞ୍ଚ କରିଥିଲେ । ଏଥିରେ ସଂକ୍ରମିତ ସ୍ତର ବଢ଼ିଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking