27.8 C
Bhubaneswar
Friday, April 19, 2024
Homeଅପରାଧମାସକର ଶିଶୁକୁ ମାରିଲା ରାକ୍ଷସୀ ମା’

ମାସକର ଶିଶୁକୁ ମାରିଲା ରାକ୍ଷସୀ ମା’

ମୁମ୍ବାଇ: ପରିବାର କଳହ ଏବଂ କୌଣସି କାରଣକୁ ନେଇ ନିଷ୍ପାପ ଶିଶୁଙ୍କ ଜୀବନ ବଳି ପଡୁଛି । ନୃଶଂସ ବାପା ମାଆ ମାନେ ଏଭଳି କାଣ୍ଡ ଘଟାଉଥିବା ଜଣାପଡିଛି । କେବେ ଛୋଟ ଛୁଆଙ୍କ ଉପରେ ସେମାନେ ତାଙ୍କ ଦାଉ ସାଧୁଛନ୍ତି ତ କେବେ ନିଜ ନିଜ ମଧ୍ୟରେ ହତ୍ୟା ଆତ୍ମହତ୍ୟା ଭଳି ପଦକ୍ଷେପ ନେଉଛନ୍ତି । ତେବେ ଏଭଳି ଏକ ଅଭାବନୀୟ ଘଟଣା ମୁମ୍ବାଇରେ ଦେଖିବାକୁ ମିଳିଛି । ନୃଶଂସ ବାପା ମା ତାଙ୍କର ମାସକର ଶିଶୁକୁ ମାରି ଦେଇ ଅଟୋରେ ରଖିଦେଇ ଚାଲି ଯାଇଥିବା ଘଟଣା ଏବେ ଚାଞ୍ଚଲ୍ୟକର ସୃଷ୍ଟି କରିଛି । ଏପରି ଘଟଣା ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଘଟିଛି ।
ସୂଚନା ଅନୁସାରେ, ମାଆ ଟିର ବୟସ ମାତ୍ର ୧୭ ବର୍ଷ । ଶିଶୁଟିର ବାପ ଜଣେ ୧୪ ବର୍ଷର ନାବାଳକ । ଆଉ ସେହି କୁଆଁରି ମାଆ ତାର ପ୍ରେମ ସଂପର୍କରୁ ଏକ ଶିଶୁକୁ ଜନ୍ମ ଦେଇଥିଲା । ଯୁବତୀର ଜଣେ ୧୪ବର୍ଷ ବୟସ୍କ ନାବାଳକ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟଙ୍କ ପ୍ରେମ ସମ୍ପର୍କରେ ଯୁବତୀ ଜଣକ ଶିଶୁକୁ ଜନ୍ମ ଦେଇଥିଲେ । କିନ୍ତୁ ଯୁବତୀର ବୟଫ୍ରେଣ୍ଡ ଏହା ତା’ ଶିଶୁ କି ନୁହେଁ ବୋଲି ସନ୍ଦେହ କରିଥିଲା । ଯାହା ଫଳରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଯୁବତୀ ଜଣକ ଜନ୍ମ ଦେବାର ପ୍ରାୟ ମାସେ ପରେ ଶିଶୁକୁ ହତ୍ୟା କରିଦେଇଥିଲା। ପରେ ଏକ ଅଟୋର ପଛ ସିଟରେ ଶିଶୁଟିକୁ ଛାଡିଦେଇଥିଲା । ତେବେ ଗତ ୧୯ତାରିଖରେ ବାନ୍ଦ୍ରାର କୁରେଶୀ ନଗରରେ ଜଣେ ଅଟୋ ଡ୍ରାଇଭର ଏକ ବର୍ଷକର ଶିଶୁର ମୃତଦେହ ତାଙ୍କ ଅଟୋର ପଛ ସିଟରେ ଥିବା ଦେଖିଥିଲେ। ସେ ତୁରନ୍ତ ପୋଲିସକୁ ଏନେଇ ଖବର ଦେଇଥିଲେ । ଖବର ପାଇ ମୁମ୍ବାଇ ପୋଲିସ ଟିମ ମୁମ୍ବାଇର ମନ୍ଦିର,ମସଜିଦ୍ ଏବଂ ଅନ୍ୟାନ୍ୟ ଧାର୍ମିକ ସ୍ଥାନରେ ଭିକାରୀ ଏବଂ ଦୋକାନୀ ମାନଙ୍କୁ ଯୁବତୀଙ୍କ ବିଷୟରେ ପଚାରିଥିଲେ । ସେଥି ମଧ୍ୟରୁ ଜଣେ ଭିକାରୀ କହିଥିଲେ ଯେ ପୂର୍ବରୁ ସେ ଜଣେ ଯୁବତୀକୁ ଶିଶୁଙ୍କ ସହ ଦେଖୁଥିଲେ କିନ୍ତୁ ଅକ୍ଟୋବର ମାସରୁ ଯୁବତୀ ସହ ଶିଶୁକୁ ଆଉ ଦେଖୁନାହାନ୍ତି। ସେହି ଭିକାରୀ ଜଣକ ଯୁବତୀ ଜଣଙ୍କୁ ପୋଲିସକୁ ଚିହ୍ନାଇ ଦେଇଥିଲେ । ତେବେ ଦୀର୍ଘ ଦୁଇ ମାସର ଖୋଳତାଡ ପରେ ଏହି ଘଟଣାରେ ଜଣେ ୧୭ବର୍ଷ ବୟସ ଯୁବତୀକୁ ଗିରଫ କରିଛି ପୋଲିସ । ଯୁବତୀକୁ ଗିରଫ କରିବା ପରେ ଯୁବତୀ ତା’ର ଦୋଷ ସ୍ୱୀକାର କରିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking