28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆଇଏନ୍‌ଏସ୍ ମୋରମୁଗାଓରୁ ଆଡ୍‌ଭାନ୍ସଡ୍ ମିସାଇଲ୍‌ର ସଫଳ ପରୀକ୍ଷଣ

ଆଇଏନ୍‌ଏସ୍ ମୋରମୁଗାଓରୁ ଆଡ୍‌ଭାନ୍ସଡ୍ ମିସାଇଲ୍‌ର ସଫଳ ପରୀକ୍ଷଣ

ମୁମ୍ବାଇ: ଭାରତୀୟ ନୌସେମାନର ଡେଷ୍ଟ୍ରୟର୍ ଆଇଏନ୍‌ଏସ୍ ମୋରମୁଗାଓରୁ ମଙ୍ଗଳବାର ଏକ ନୂଆ ମିସାଇଲ୍‌ର ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି । ଏହା ଏକ ଆଡ୍‌ଭାନ୍ସଡ୍ ମିସାଇଲ୍ ହୋଇଥିବା ବେଳେ ସମୁଦ୍ରରେ ଭାସୁଥିବା ଟାର୍ଗେଟ୍‌କୁ ବହୁ ତଳେ ଉଡ଼ିବା ଅବସ୍ଥାରେ ହିଟ୍ କରିଥିଲା । ଏହାକୁ ସି ସ୍କିମିଂ କୁହାଯାଏ । ପରୀକ୍ଷଣ ପରେ ନୌସେନା ଏହାକୁ ଆତ୍ମନିର୍ଭର ଭାରତ ଆଡ଼କୁ ବଢ଼ୁଥିବା ଆଉ ଏକ ପଦକ୍ଷେପ ବୋଲି କହିଛି ।

ଏହା ପୂର୍ବରୁ ମେ ୧୪ ତାରିଖରେ ମୋରମୁଗାଓରୁ ବ୍ରହ୍ମୋସ୍ ମିସାଇଲ୍‌ର ସଫଳ ପରୀକ୍ଷଣ କରାଯାଇଥିଲା । ମିସାଇଲ୍ ସିଧା ଲକ୍ଷ୍ୟକୁ ଭେଦ କରିଥିଲା । ଆଇଏନ୍‌ଏସ୍ ମୋରମୁଗାଓକୁ ନୌସେନାର ୱାରଶିପ୍ ଡିଜାଇନ୍ ବ୍ୟୁରୋ ଡିଜାଇନ୍ କରିଛି । ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ମୋରମୁଗାଓ ବିଶ୍ୱର ସବୁଠୁ ଆଧୁନିକ ମିସାଇଲ୍ କ୍ୟାରିୟର୍ । ଏଥିରୁ ୩୦୦ କିମି ଦୂର ପର୍ଯ୍ୟନ୍ତ ଲକ୍ଷ୍ୟକୁ ଭେଦ କରାଯାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking